Videos
|
National

ଲମ୍ବା ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ସେଲିବ୍ରିଟି

Smruti Parija
Browse all articles by Smruti Parija
·1 year ago·1 min read
ଲମ୍ବା ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ୨୮୮ ଆସନରେ ଚାଲିଛି ମତଦାନ । ଲମ୍ବା ଧାଡିରେ ଠିଆ ହୋଇ ଭୋଟର ମାନେ ମତଦାନ କରୁଛନ୍ତି ।ଦିନ ୧୨ ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ବଢିବା ସହିତ ଭୋଟର ଙ୍କ ସଂଖ୍ୟା ବଢିବାରେ ଲାଗିଛି । 

ବଡ ବଡ ରାଜନେତାଙ୍କ ସମେତ  ଅନେକ ସେଲିବ୍ରିଟି ଗଣତନ୍ତ୍ରର ମହାନପର୍ବରେ ସାମିଲ ହୋଇ ଭୋଟ ଦେଉଛନ୍ତି । ଗଣତନ୍ତ୍ରର ଏହି ପର୍ବରେ ସମସ୍ତେ ନିଜ ମତ ସାବସ୍ତ କରିବା ଉଚ୍ଚ୍ିତ୍ ବୋଲି ପ୍ରତିକ୍ରିୟା ରଖିଛନ୍ତି ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍..ମହାରାଷ୍ଟ୍ରରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହେଉଛି । ମହାୟୁତିରେ ରହିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ମହା ବିକାଶ ଅଘାଡିରେ ରହିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ।

ଏହି ନିର୍ବାଚନରେ ବିଜେପି ୧୪୮ ଆସନରେ, ଶିନ୍ଦେଗୋଷ୍ଠୀ ଶିବସେନା ୮୦ ଆସନରେ ଓ ଅଜିତ୍ ପାୱାରଙ୍କ ଏନସିପି ୫୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେପଟେ ଉତ୍ତରପ୍ରଦେଶରେ ବି ବିଧାନସଭା ଉପ-ନିର୍ବାଚନ ପାଇଁ ମତଦାନ । ଆଜି ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ଭୋଟିଂ ହେଉଥିବା ବେଳେ ଏହି ସମସ୍ତ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଫଳାଫଳ ନଭେମ୍ବର ୨୩ରେ ଗଣନା କରାଯିବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
maharastra-election-update | Argus News