Videos
|
National

ବିଅର କେନରେ ମହାତ୍ମା ଗାନ୍ଧିଙ୍କ ଫଟୋ, ତୁରନ୍ତ ଆକ୍ସନ ନେବାକୁ ସୋସିଆଲ ମିଡିଆରେ ଦାବି

Smruti Parija
Browse all articles by Smruti Parija
·1 year ago·1 min read
ବିଅର କେନରେ ମହାତ୍ମା ଗାନ୍ଧିଙ୍କ ଫଟୋ, ତୁରନ୍ତ ଆକ୍ସନ ନେବାକୁ ସୋସିଆଲ ମିଡିଆରେ ଦାବି

ବିଅର କେନରେ ମହାତ୍ମା ଗାନ୍ଧିଙ୍କ ଫଟୋ । ଗାନ୍ଧିଜୀଙ୍କୁ ଏପରି ଅପମାନ ଘଟଣା ସାମ୍ନାକୁ ଆସିଛି ଋଷରୁ । ଋଷର ଏକ ବିଅର କମ୍ପାନୀ କେନ ଉପରେ ଗାନ୍ଧିଜୀଙ୍କ ସ୍କେଚ୍ ଛାପିଥିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଭାରତରେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ସହ ନାଁ ଓ ଫଟୋ ଲଗାଇ ବିଅର ବିକୁଥିବା ଋଷିଆର ଏକ କମ୍ପାନୀର ଏପରି କାରନାମାକୁ ନେଇ ଲୋକେ ଉତକ୍ଷିପ୍ତ ହୋଇଛନ୍ତି । ଗାନ୍ଧିଜୀ ସର୍ବଦା ମଦର ଘୋର ବିରୋଧୀ ଥିଲେ । ମଦ ବନ୍ଦ ଉପରେ ସେ ଗୁରୁତ୍ବ ଦେଉଥିଲେ।


ଏଭଳି ସ୍ଥିତିରେ ଗାନ୍ଧିଜୀଙ୍କ ଫଟୋ ବିଅର କ୍ୟାନରେ ଛାପିବା ଗାନ୍ଧି ପ୍ରେମୀଙ୍କୁ ଉତକ୍ଷିପ୍ତ କରିଛି । ତୁରନ୍ତ ଏପରି ବିଅର ଉପରେ ଋଷ ସରକାର ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଛି।


ଇଂଷ୍ଟାଗ୍ରାମରେ ମଧ୍ୟ ଦୁଇ ଭାରତୀୟ ଏହି ବିଅର୍ କେନକୁ ଧରି ଏକ ଭିଡିଓ ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । କିଛି ୟୁଜର ସେମାନଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ମାମଲା ଦାୟର କରିବା ସହ ସେମାନଙ୍କୁ ନିଷିଦ୍ଧ କରିବା ଉଚିତ ବୋଲି କହିଛନ୍ତି । ଏ ପ୍ରସଙ୍ଗରେ ସଂସଦରେ ଏକ ପ୍ରାଇମ୍-ଟାଇମ୍ ବିତର୍କ କରାଯିବା ନେଇ ଦାବି କରିଛନ୍ତି ।