Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

Ritu Das
Browse all articles by Ritu Das
·1 year ago·1 min read
ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ଅର୍ଗସ ବ୍ୟୁରୋ: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିର୍ବାଚନ କମିଶନ ନିଯୁକ୍ତ କରିଛନ୍ତି। ବିଧାନସଭା ନିର୍ବାଚନରେ କ୍ରିକେଟର ତାଙ୍କ ଫଟୋ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁମତି ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର କହିଛନ୍ତି।

ନିର୍ବାଚନ ଅଧିକାରୀ ରବି କୁମାର କହିଛନ୍ତି, ‘ମହେନ୍ଦ୍ର ସିଂ ଧୋନୀ ତାଙ୍କ ଫଟୋଗ୍ରାଫର ବ୍ୟବହାର ପାଇଁ ନିର୍ବାଚନ ଆୟୋଗଙ୍କୁ ସମ୍ମତି ଦେଇଛନ୍ତି । ଅଧିକ ବିବରଣୀ ପାଇଁ ଆମେ ତାଙ୍କ ସହିତ ଯୋଗାଯୋଗରେ ଅଛୁ । ଭୋଟରଙ୍କୁ ଏକଜୁଟ କରିବା ପାଇଁ ସେ କାର୍ଯ୍ୟ କରିବେ।

ନିର୍ବାଚନରେ ଭୋଟରଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଧୋନୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମ ଅଧୀନରେ ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ। ଲୋକଙ୍କୁ, ବିଶେଷକରି ଯୁବ ଭୋଟରଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବାକୁ ଧୋନୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ନିର୍ବାଚନ ଆୟୋଗ ଚାହୁଁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ନଭେମ୍ବର ୧୩ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ମୋଟ ୪୩ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦ ନଭେମ୍ବରରେ ଭୋଟ ହେବ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅକ୍ଟୋବର ୨୩ରେ ନିର୍ବାଚନ ପାଇଁ ୩୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Mahendra Singh | Argus News