୯୦ ଘଣ୍ଟା କାର୍ଯ୍ୟକୁ ନେଇ ମହେନ୍ଦ୍ରଙ୍କ ପ୍ରତିକ୍ରିୟା , କହିଲେ ୧୦ ଘଣ୍ଟାରେ ବଦଳିପାରିବ ଦୂନିଆ

ଅର୍ଗସ ବ୍ୟୁରୋ : "ମୋ ସ୍ତ୍ରୀ ଖୁବ ସୁନ୍ଦର, ମୁଁ ତାକୁ ସବୁବେଳେ ଦେଖେ ।" କିଛି ଏମିତି ଟିପ୍ପଣୀ ଦେଇ ଏସଏନ ସୁବ୍ରମଣ୍ୟନ୍ଙ୍କ ବିବାଦୀୟ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । କିଛିଦିନ ତଳେ ଏଲ ଆଣ୍ଡ ଟି କମ୍ପାନୀର ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟନ୍ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଦରକାର ବୋଲି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାର ଜବାବ ଏକ ଡିବେଟ ସୋ'ରେ ରଖିଛନ୍ତି ମହିନ୍ଦ୍ରାର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।
"ବିକଶିତ ଭାରତ ଯୁବନେତା ସଂଳାପ ୨୦୨୫" କାର୍ଯ୍ୟକ୍ରମରେ ଏପରି କହିଛନ୍ତି ମହିନ୍ଦ୍ରା । ସେଠାରେ ତାଙ୍କୁ ଅଫିସରେ କେତେ ଘଣ୍ଟା କାମ କରନ୍ତି ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ, ମୁଁ କ୍ବାଣ୍ଟିଟିରେ ନୁହେଁ ବରଂ କ୍ବାଲିଟିରେ ବିଶ୍ବାସ କରେ । ମତେ ମୋ କାମର କ୍ବାଲିଟି କଣ ତାହା ପଚାରନ୍ତୁ । କେତେ ଘଣ୍ଟା ମୁଁ କାମ କରେ ତାହା ମୋ ପାଇଁ ଗୁରୁତ୍ବ ନୁହେଁ ।
ସେ ଏହା ମଧ୍ୟ କହିଛନ୍ତି ଯେ , "ମୋର ନାରାୟଣ ମୂର୍ତ୍ତିଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ତେଣୁ ମୁଁ ତାଙ୍କ କଥାକୁ ଭୁଲ ପ୍ରମାଣିତ କରିବାକୁ ମତେ ଦିଅନ୍ତୁ ନାହିଁ । କିନ୍ତୁ ଏହି ବିଷୟରେ ମୋର ନିଜର କିଛି ବ୍ୟକ୍ତିଗତ ମନ୍ତବ୍ୟ ରହିଛି । ମୋର ମତ ହେଉଛି, ଆମେ କାମର କ୍ବାଲିଟି ଉପରେ ଅଧିକ ଫୋକସ କରିବା ଆବଶ୍ୟକ । କାମର ପରିମାଣ ଉପରେ ନୁହେଁ । ତେଣୁ କାମ କେବଳ ୪୮ ଘଣ୍ଟା, ୪୦ ଘଣ୍ଟା, ୭୦ ଘଣ୍ଟା ଏବଂ ୯୦ ଘଣ୍ଟା ମଧ୍ୟରେ ସାରିବା ଗୁରୁତ୍ବ ନୁହେଁ , ବରଂ କାମର କ୍ବାଲିଟି କେମିତି ରହିବ ତା ଉପରେ ଅଧିକ ଧ୍ୟାନ ଦେବା କଥା ।
Anand Mahindra wades into the debate
— Dr Nilima Srivastava (@gypsy_nilima) January 11, 2025
Watch till the end
“I’m not on X because I’m lonely, I have a lovely wife. I love staring at her” pic.twitter.com/l4WAw7gZ8c
📱 Get Argus News App
✨ଆପଣ ୧୦ ଘଣ୍ଟା କାମ କରିବା ଗୁରୁତ୍ବପୂର୍ଣ୍ଣ ନୁହେଁ, କାମ କରିବା ପରେ କଣ ଆଉଟପୁଟ୍ ମିଳିଲା, ତାହା ଗୁରୁତ୍ବପୂର୍ଣ୍ଣ । କାରଣ ଯଦି ଠିକ କାମ କରୁଥିବା ମାତ୍ର ୧୦ ଘଣ୍ଟାରେ ପୁରା ବିଶ୍ବକୁ ମଧ୍ୟ ବଦଳାଯାଇ ପାରିବ । ଗତ କିଛିଦିନ ତଳେ ସୁବ୍ରମଣ୍ୟମ କହିଥିଲେ, କେତେ ସମୟ ତୁମେ ଘରେ ରହି ନିଜ ସ୍ତ୍ରୀ କୁ ଦେଖିପାରିବ ? ଯାହାର ଉତ୍ତର ଏହି ବିତର୍କରେ ରଖିଥିଲେ ମହିନ୍ଦ୍ରା । କହିଥିଲେ, "ମୁଁ ଟ୍ବିଟର ଏବଂ ଅନ୍ୟ ସୋସିଆଲ ମିଡିଆରେ ଅଛି । ଏହାର ମାନେ ନୁହେଁ କି ମୁଁ ଏକା । ବରଂ ମୋ ସ୍ତ୍ରୀ ଖୁବ ସୁନ୍ଦର । ମୁଁ ତାକୁ ସବୁବେଳେ ଦେଖୁଥାଏ । ତେଣୁ ମୁଁ ଏଠାରେ କୌଣସି ସାଙ୍ଗ ବନେଇବା ପାଇଁ ଆସିନି । ମୁଁ ଏଠାକୁ ଆସିଛି କାରଣ, ସୋସିଆଲ ମିଡିଆ ବିଜନେସ ପାଇଁ ଭଲ ପ୍ଲାଟଫର୍ମ । ଗୋଟିଏ ପ୍ଲାଟଫର୍ମରେ ୧୧ ମିଲିୟନ ଲୋକଙ୍କ ଫିଡବ୍ୟାକ ଜାଣିହୁଏ ।
ତେଣୁ ଯଦି ଘରେ ଉପଯୁକ୍ତ ସମୟ ଦେଉନାହାନ୍ତି, ଯଦି ସାଙ୍ଗମାନଙ୍କ ସହ ସମୟ ବିତଉନାହାନ୍ତି, ଯଦି ଫ୍ରି ସମୟରେ ପଢୁ ନାହାନ୍ତି, ତାହେଲେ ସଠିକ ନିଷ୍ପତ୍ତି କିପରି ନେଇପାରିବେ ?
ତେଣୁ ଅଧିକ ସମୟ କାମ କରିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ଅଳ୍ପ ସମୟରେ ମଧ୍ୟ କ୍ବାଲିଟି କାମ କରିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମହିନ୍ଦ୍ରା ।