Thar Accident / ଡିଭାଇଡର ସହ ଧକ୍କା ହେଲା ମହିନ୍ଦ୍ରା ଥାର: ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ

Key Points
ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଡିଭାଇଡର ସହିତ ଧକ୍କା ହୋଇଥିଲା। ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।
ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଡିଭାଇଡର ସହିତ ଧକ୍କା ହୋଇଥିଲା। ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଅନୁଯାୟୀ, କାରଟିରେ ଛଅ ଜଣ ଥିଲେ।
ରିପୋର୍ଟ ଅନୁଯାୟୀ, ଶନିବାର ଭୋର ପ୍ରାୟ ୪:୩୦ ସମୟରେ ଝାଡସାରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗାମୀ କାର ଦିଲ୍ଲୀରୁ ଝାଡସା ଚୌକ ଦେଇ ଯାତ୍ରା କରୁଥିଲା। ଗାଡ଼ିଟି ଭାରସାମ୍ୟ ହରାଇ ସିଧାସଳଖ ଡିଭାଇଡରରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ର ଆଗପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗାଡ଼ିରେ ଥିବା ଛଅ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଅଛନ୍ତି। ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
📱 Get Argus News App
✨ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି
ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ପୋଲିସ କହିଛି ଯେ ଗୋଟିଏ ଗାଡିରେ ଛଅ ଜଣ ଯାତ୍ରା କରୁଥିଲେ। ଗାଡି ଦ୍ରୁତ ଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇଥିଲା। ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ କହିଛି ଯେ ଦ୍ରୁତ ଗତି ଦୁର୍ଘଟଣାର ମୁଖ୍ୟ କାରଣ ଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ କିମ୍ବା ମୃତକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ପହଞ୍ଚିବା ପରେ ପାଞ୍ଚ ଜଣ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିଲା।
ନମାଜ ପାଠ ପରେ ଆରମ୍ଭ ହୋଇଗଲା ହିଂସା, ପୋଲିସ୍ କଲା ଲାଠିଚାର୍ଜ
ଏବେ ମହିନ୍ଦ୍ରା ଥାର ଦୁର୍ଘଟଣା ଏବେ ନିତିଦିନିଆ ହୋଇଗଲାଣି। ଏତେ ଦ୍ରୂତ ଗତିରେ ଡ୍ରାଇଭର ଗାଡ଼ି ଚଲାଉଛନ୍ତି ଯେ, ନିଜ ଜୀବନକୁ ମୃତ୍ୟୁମୁଖରେ ଠେଲିଦେବା ସହ ଅନ୍ୟମାନଙ୍କ ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି। ଏବେ ଏହି SUV ଦ୍ରୁତ ଗତିରେ ଗାଡି ଚାଳନା ଏବଂ ଦୁର୍ଘଟଣା ପାଇଁ ଚର୍ଚ୍ଚାରେ ରହିଛି। ଗତ ମାସରେ, ଦିଲ୍ଲୀର ମୋତି ନଗର ଅଞ୍ଚଳରେ ଏକ ଦ୍ରୁତ ଗତିରେ ଆସୁଥିବା ଥାର ଧକ୍କା ଦେବାରୁ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଭିଜୁଆଲରୁ ଜଣାପଡ଼ିଥିଲା ଯେ, କାର ଏବଂ ଏକ ଟ୍ରକ୍ ମଧ୍ୟରେ ବାଇକ୍ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା। କାରର ୱିଣ୍ଡସିଲ୍ଡରେ ମଧ୍ୟ ଅନେକ ଫାଟ ଦେଖାଯାଉଥିଲା। ଅଭିଯୁକ୍ତ ଥାର ଡ୍ରାଇଭର ଅମରିନ୍ଦର ସିଂହ ସୋଧି ତୁରନ୍ତ ତାଙ୍କ କାର ଛାଡି ପଳାଇ ଯାଇଥିଲେ। ପୋଲିସ ଗାଡ଼ିରେ ଦୁଇଟି ମଦ ବୋତଲ ମଧ୍ୟ ପାଇଥିଲା।
ଅନ୍ୟ ଏକ ଘଟଣାରେ, ନୂଆଦିଲ୍ଲୀର ହାଇ ସିକ୍ୟୁରିଟି ଏନକ୍ଲେଭ, ଚାଣକ୍ୟପୁରୀ ନିକଟରେ ହୋଇଥିଲା। ଏକ ଦ୍ରୁତଗାମୀ ଥର ଗାଡ଼ି ଧକ୍କା ଦେବାରୁ ଜଣେ ମହିଳା ପଦଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଟି ରାଷ୍ଟ୍ରପତି ଭବନଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଥିଲା। କିନ୍ତୁ ସେଠାରେ ଉକ୍ତ ମହିଳାଙ୍କ ମୃତଦେହ ଚାରି ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ପଡ଼ି ରହିଥିଲା। ଅଭିଯୁକ୍ତଙ୍କୁ ପରେ ଗିରଫ କରାଯାଇଥିଲା। ସେ ପୋଲିସକୁ କହିଥିଲେ ଯେ ତାଙ୍କ ଆଖି ଲାଗିଯିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।
ଏଇ କିଛି ଦିନ ତଳେ ଜଣେ ମହିଳା ଏକ ମହିନ୍ଦ୍ରା ଥାର ଗାଡ଼ି କିଣିବାକୁ ଶୋରୁମ ଯାଇଥିଲେ। କିନ୍ତୁ ଗାଡିଟି ରଖାଯାଇଥିବାବେଳେ ଭୁଲବଶତଃ ଥାର୍କୁ ଚଲାଇଦେଇଥିଲେ। ଅଧିକାରୀଙ୍କ ଅନୁଯାୟୀ, SUVଟି ଶୋ’ରୁମ୍ର ପ୍ରଥମ ମହଲାରେ ପାର୍କିଂ କରାଯାଇଥିଲା। ଗ୍ଲାସ ଓ୍ବାଲ ଥିବାରୁ ମହିଳା ଜଣଙ୍କ ଜାଣିପାରି ନ ଥିଲେ। ଆଉ ପ୍ରଥମ ମହଲାରୁ ହିଁ ଥାର୍ ଗାଡ଼ିଟି ତଳକୁ ଖସିପଡ଼ିଥିଲା। ଗାଡିର ଏୟାର ବ୍ୟାଗ ବେଲୁନ ଖୋଲିଯାଇଥିବାରୁ ଦୁର୍ଘଟଣାରେ ଉକ୍ତ ମହିଳାଙ୍କର କୌଣସି କ୍ଷତି ହୋଇ ନ ଥିଲା।
Related Topics
Explore more stories