ମହୁଆଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରିଛି ଏଥିକ୍ସ କମିଟି

ଅର୍ଗସ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମଇତ୍ରଙ୍କୁ ବହିଷ୍କାର ସୁପାରିସ୍ ସୂଚନା। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଅଭିଯୋଗ ମାମଲା। ମହୁଆଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରିଛି ଏଥିକ୍ସ କମିଟି। ସେପଟେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା କାରବାରର ଯାଞ୍ଚ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ। ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୂଆ ମୋଇତ୍ରାଙ୍କ ବିରୋଧରେ 'ପଇସା ନେଇ ପ୍ରଶ୍ନ' କରୁଥିବାର ଅଭିଯୋଗ କରିଥିଲେ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଗତ ଅକ୍ଟୋବର ୧୫ ତାରିଖରେ ଏକ ପତ୍ର ଲେଖି ଅଭିଯୋଗ କରିଥିଲେ ଯେ ମହୁଆଙ୍କ ପକ୍ଷରୁ ଲୋକସଭା ନିକଟରେ କରାଯାଇଥିବା ୬୧ଟି ପ୍ରଶ୍ନରୁ ୫୦ଟି ପ୍ରଶ୍ନ ଆଦାନୀ ଗ୍ରୁପ ଉପରେ ଆଧାରିତ ଥିଲା।
ସେ ଅଭିଯୋଗରେ କହିଥିଲେ ଯେ ଏକ ସମୟରେ ମହୁଆଙ୍କ ନିକଟତମ ଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଆଦାନୀ ଗ୍ରୁପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ଲାଞ୍ଚ ନେଣଦେଣର ଏପରି ପ୍ରମାଣ ଉପସ୍ଥାପନ କରିଛନ୍ତି ଯେ, ଯାହାକୁ ଅଗ୍ରାହ୍ୟ କରାଯାଇ ନପାରେ। ଏଥିକ୍ସ କମିଟିର ବହିଷ୍କାର ନେଇ ସୁପାରିସ ପରେ ମାମଲାର ଯାଞ୍ଚ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ।
ମମତାଙ୍କ ଦଳର ଜଣେ ସାଂସଦଙ୍କ ବିରୋଧରେ ଏତେ ବଡ଼ ଅଭିଯୋଗ ପରେ ଏବେ ମୁହଁ ଖୋଲିବେ କି ଦିଦି। ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ଏତେ ବଡ଼ ସଂଗୀନ ଅଭିଯୋଗ ଆସିବା ପରେ ମଧ୍ୟ ୟାଉପରେ ଇଣ୍ଡି ମେଣ୍ଟ ଚୁପ୍ ଏବଂ ଅନେକ ଦିନ ଧରି ତୁନି ସାଧିଛନ୍ତି ମମତା। ତେବେ ସିବିଆଇ ଯାଞ୍ଚରୁ ସତ ପଦାକୁ ଆସିଲେ ମମତା କଣ କରିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: