ପ୍ରଧାନମନ୍ତ୍ରୀ ରିଲିଜ କରିଛନ୍ତି ମେ’ ମୋଦୀ କା ପରିବାର ହୁଁ’ ଗୀତ
·2 years ago

ଅର୍ଗସ ବ୍ୟୁରୋ: ମେ’ ମୋଦୀ କା ପରିବାର ହୁଁ’ ଗୀତ ରିଲିଜ। ଆଜି ପ୍ରଧାନମନ୍ତ୍ରୀ ମୁଁ ମୋଦିଙ୍କ ପରିବାର ଗୀତର ରିଲିଜ କରିଛନ୍ତି। ୩ ମିନିଟ୍ ୧୩ ସେକେଣ୍ଡ ଗୀତରେ ମୋଦୀ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର କିଛି କିଛି ଝଲକ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରୁ ନେଇ ସଭା କାର୍ଯ୍ୟକ୍ରମ ମଧ୍ୟ ଦର୍ଶାଯାଇଛି। ଏହା ସହ ଦେଶର ଭିନ୍ନ ଭିନ୍ନ ଭାଷାରେ ମୋଦୀଙ୍କ ପରିବାର ହୁଁ ଗୀତରେ ଶୁଣିବାକୁ ମିଳୁଛି ।
ପ୍ରଧାନମନ୍ତ୍ରୀ ଭିଡିଓ ଜରିଆରେ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଗୀତଟିକୁ ଏକ୍ସରେ ସେୟାର କରି ‘ମେରା ଭାରତ, ମେରା ପରିବାର’ କାପ୍ସନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: