Maithili Thakur / ବିଜେପିରେ ସାମିଲ ହେଲେ ମୈଥିଲୀ ଠାକୁର, ଆଲିନଗର ଆସନରୁ ଲଢ଼ିପାରନ୍ତି ନିର୍ବାଚନ

Key Points
ଲୋକ ଗାୟିକା ମୈଥିଲୀ ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ୨୫ବର୍ଷ ବୟସରୁ ହିଁ ଏତେ ବଡ଼ ସୁଯୋଗ ତାଙ୍କୁ ବଜେପି ଦେଇଛି।
ବିହାର ନିର୍ବାଚନ ପାଇଁ ଆଜି ବିଜେପିର ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ତାଲିକାରୁ ବାଦ୍ ଦେଇଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ବିଜେପିରେ ନୂତନ ଚେହେରା ଯୋଗ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପ୍ରଥମ ତାଲିକା ପ୍ରକାଶ ପାଇବା ସହ ଲୋକ ଗାୟିକା ମୈଥିଲୀ ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ୨୫ବର୍ଷ ବୟସରୁ ହିଁ ଏତେ ବଡ଼ ସୁଯୋଗ ତାଙ୍କୁ ବଜେପି ଦେଇଛି। ବିଜେପିରେ ସାମିଲ ହେବା ପରେ ସେ ଦରଭଙ୍ଗାର ଆଲିନଗର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
#WATCH | #BiharElection2025 से पहले, लोक और भक्ति गायिका मैथिली ठाकुर पटना, बिहार में भाजपा में शामिल हुईं। pic.twitter.com/U0q42cLqqH
— ANI_HindiNews (@AHindinews) October 14, 2025
ରିପୋର୍ଟ ଅନୁଯାୟୀ, ଆଲିନଗର ଆସନଟି ବର୍ତ୍ତମାନ ବିଜେପିର ମିଶ୍ରିଲାଲ ଯାଦବଙ୍କ ପାଖରେ ଅଛି, ଯାହାଙ୍କ ଟିକେଟ୍ ବାଦ୍ ପଡ଼ିପାରେ। ବିଜେପି ନିର୍ବାଚନ ପ୍ରଭାରୀ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହ ମୈଥିଳୀଙ୍କ ଏକ ଫଟୋ ଅନଲାଇନରେ ପ୍ରକାଶ ପାଇବା ପରେ ଗତ କିଛି ସପ୍ତାହ ଧରି ତାଙ୍କ ରାଜନୀତିରେ ଯୋଗଦାନ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଥିଲା। ଏହି ଫଟୋଟି ଶୀଘ୍ର ଭାଇରାଲ ହୋଇଗଲା, ଯେଉଁଥିରେ ଲେଖାଯାଇଥିଲା ଯେ ସେ ଖୁବ୍ ଶୀଘ୍ର ଦଳରେ ଯୋଗ ଦେଇପାରନ୍ତି।
ମୈଥିଲୀ ଠାକୁରଙ୍କୁ କିଏ ନ ଜାଣେ। ସେ ଭୋଜପୁରୀ, ହିନ୍ଦୀ ଲୋକସଙ୍ଗୀତ ଗାଇ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ମୈଥିଳୀ ଠାକୁରଙ୍କର ସାରା ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏକ ବିଶାଳ ପ୍ରଶଂସକ ଅଛନ୍ତି। ତାଙ୍କ ସଙ୍ଗୀତରେ ସତରେ ଯାଦୁ ରହିଛି। ବର୍ଷ ବର୍ଷ ଧରି, ସେ ପାରମ୍ପରିକ ସଙ୍ଗୀତ ଏବଂ ଆଞ୍ଚଳିକ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଂସ୍କୃତିକ ପ୍ରତୀକ ପାଲଟିଛନ୍ତି।
📱 Get Argus News App
✨ଆଜି ଘୋଷଣା କରାଯାଇଥିବା ତାଲିକାରୁ ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ଟିକେଟ୍ କଟାଯାଇଛି। କୁମରହାରରୁ ଅରୁଣ ସିଂହଙ୍କ ଟିକେଟ୍ ମଧ୍ୟ କଟାଯାଇଛି। ପ୍ରମୁଖ ନାମଗୁଡ଼ିକ ମଧ୍ୟରେ, ବିଜେପି ସଭାପତି ସମ୍ରାଟ ଚୌଧୁରୀଙ୍କୁ ତାରାପୁରରୁ ପ୍ରାର୍ଥୀ କରାଯାଇଛି। ମଙ୍ଗଳ ପାଣ୍ଡେଙ୍କୁ ସିୱାନରୁ ପ୍ରାର୍ଥୀ କରାଯିବା ସହ ମନ୍ତ୍ରୀ ନୀତିନ ନବୀନଙ୍କୁ ବାଙ୍କିପୁରରୁ , ସଞ୍ଜୀବ ଚୌରାସିଆଙ୍କୁ ଦୀଘାରୁ, ସଞ୍ଜୟ ସରାୱାଗିଙ୍କୁ ଦରଭଙ୍ଗାରୁ ଏବଂ ଶ୍ରେୟସୀ ସିଂହଙ୍କୁ ଜାମୁଇରୁ ପ୍ରାର୍ଥୀ କରାଯାଇଛି।
#WATCH | Ahead of #BiharElection2025, folk and devotional singer Maithili Thakur joins the BJP in Patna, Bihar, in the presence of state BJP chief Dilip Jaiswal. pic.twitter.com/F2kUKihHPO
— ANI (@ANI) October 14, 2025
ବିଜେପିରେ ତାଙ୍କର ପ୍ରବେଶ ସହିତ, ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ମୈଥିଳୀ ବିହାରରେ ଦଳର ପ୍ରଚାରରେ ଏକ ନୂତନ ଏବଂ ଯୁବ ଶକ୍ତି ଆଣିପାରନ୍ତି, ବିଶେଷକରି ମିଥିଳା ଅଞ୍ଚଳରେ ତାଙ୍କୁ ବହୁଳ ଭାବେ ପ୍ରଶଂସିତ କରାଯାଏ। ବିଜେପି ଏପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥୀତ୍ୱ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ କିନ୍ତୁ ଦଳ ଭିତରର ବ୍ୟକ୍ତିମାନେ ସଙ୍କେତ ଦେଉଛନ୍ତି ଯେ ସେ ଆଲିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।
Related Topics
Explore more stories