Videos
|
National

ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

Key Points

RBI ନିୟମ ଭଙ୍ଗ ଅଭିଯୋଗରେ ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

୪୪.୭ ଲକ୍ଷ ଟଙ୍କାର ଜରିମାନା ଲାଗୁ

ବୈଧାନିକ ଯାଞ୍ଚରେ ସାମ୍ନାକୁ ଆସିଲା ଘରୋଇ ବ୍ୟାଙ୍କର ଅନିୟମିତତା

ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪୪.୭ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ । ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ବ୍ୟାଙ୍କର ଆର୍ଥିକ ସ୍ଥିତି ଯାଞ୍ଚ କରିବା ପାଇଁ ଏକ ବୈଧାନିକ ଯାଞ୍ଚ କରାଯାଇଥିଲା। ଏଥିରେ ଘରୋଇ ବନ୍ଧନ ବ୍ୟାଙ୍କ RBIର ନିର୍ଦ୍ଦେଶ ପାଳନ କରିନଥିବା ଜଣାପଡ଼ିଥିଲା । ବନ୍ଧନ ବ୍ୟାଙ୍କ କିଛି ଆକାଉଣ୍ଟର ତଥ୍ୟକୁ ହେରଫେର କରିଛି ଏବଂ ସିଷ୍ଟମରେ ଅଡିଟ୍ ଟ୍ରେଲ୍ / ଲଗ୍ ସଠିକ୍ ଭାବରେ ରେକର୍ଡ କରିନାହିଁ ।


ଏହାସହିତ ବ୍ୟାଙ୍କ କିଛି କର୍ମଚାରୀଙ୍କୁ କମିଶନ ଭାବରେ ଦେୟ ଦେଇଥିଲା। ଏହି କାରଣରୁ ରେଗୁଲେଟରୀ ବ୍ୟାଙ୍କ ଘରୋଇ ବ୍ୟାଙ୍କ ବିରୋଧରେ ଜରମାନା ଲାଗୁ କରିଛି । RBIର ଏହି କଠୋର କାର୍ଯ୍ୟାନୁଷ୍ଠାନକୁ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ଏକ ବଡ଼ ବାର୍ତ୍ତା ଭାବରେ ଧରାଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ଏହା ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଯେ ସମସ୍ତ ବ୍ୟାଙ୍କ ନିୟମ ଏବଂ ନିର୍ଦ୍ଦେଶାବଳୀକୁ ସଠିକ୍ ଭାବରେ ପାଳନ କରନ୍ତୁ ଯାହା ଦ୍ଵାରା ସ୍ୱଚ୍ଛତା ବଜାୟ ରହିବ ଏବଂ ଗ୍ରାହକଙ୍କ ବିଶ୍ୱାସ ବଜାୟ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
major-action-taken-against-bandhan-bank-for-violating-rbi-rules | Argus News