ବେଙ୍ଗାଲୁରୁ କାଫେରେ ବଡ଼ ଧରଣର ବିସ୍ଫୋରଣ: ୫ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁର ଏକ କାଫେରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏକ ବ୍ୟାଗରେ କିଛି ସନ୍ଦିଗ୍ଧ ଜିନିଷ ଥିବା ପୋଲିସ ସନ୍ଦେହ କରିଛି। ଏହି ବିସ୍ଫୋରଣରେ ୫ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ରାମେଶ୍ବରମ କାଫେରେ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ଧମାକା ଶୁଣି ଲୋକେ ଭୟଭୀତ ହୋଇ ଦୌଡିଥିଲେ।
ଯେଉଁଥିରେ ତଳେ ପଡ଼ି କିଛି ଲୋକ ଆହତ ହୋଇଛନ୍ତି। ଏଚଏଏଲ ଥାନା ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଏହା ଆତଙ୍କୀ ହମଲା କି କଣ ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: