Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛତିଶଗଡ଼ ସୁକମା-ଦାନ୍ତେୱାଡ଼ା ସୀମାରେ ବଡ଼ ଏନ୍‌କାଉଣ୍ଟର

National

ଛତିଶଗଡ଼ ସୁକମା-ଦାନ୍ତେୱାଡ଼ା ସୀମାରେ ବଡ଼ ଏନ୍‌କାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
ଛତିଶଗଡ଼ ସୁକମା-ଦାନ୍ତେୱାଡ଼ା ସୀମାରେ ବଡ଼ ଏନ୍‌କାଉଣ୍ଟର

ଛତିଶଗଡ଼ ସୁକମା-ଦାନ୍ତେୱାଡ଼ା ସୀମାରେ ବଡ଼ ଏନ୍‌କାଉଣ୍ଟର । DRG ଓ CRPFଙ୍କ ମିଳିତ ଅପରେସନରେ ବଡ଼ ସଫଳତା । ଏବେ ସୁଦ୍ଧା ୨୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏ ଗୁଳି ବିନିମୟରେ ୨ ଯବାନ ସାମାନ୍ୟ ଆହତ ହୋଇଛନ୍ତି । ବସ୍ତର IG ପି ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ୨୦୨୬ ସୁଦ୍ଧା ଦେଶରୁ ନିପାତ ହେବ ମାଓବାଦ ।

ଅଧିକାରୀଙ୍କ କହିବା ଅନୁସାରେ, ସୁକମା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ କର୍ଲାପାଲ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଓ ସିଆରପିଏଫ ଦ୍ବାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ 16 ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଆଖପାଖ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଛତିଶଗଡର ସୁକମା ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଅଟେ।ଏହାପୂର୍ବରୁ ଶୁକ୍ରବାର ଦିନ ନକ୍ସଲମାନଙ୍କ ଦ୍ୱାରା ପୋତାଯାଇଥିବା ଏକ ଆଇଡି ବିସ୍ଫୋରଣ ହେବାରୁ ନାରାୟଣପୁର ଜିଲ୍ଲାକୁ ଯିବା ସମୟରେ ଜଣେ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ 25 ତାରିଖରେ ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଓ ବିଜାପୁର ମଧ୍ୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିପାତ ହୋଇଥିଲେ । ଉକ୍ତ ସ୍ଥାନରୁ ସ୍ଥାନରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ସହ ୩ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଥିଲା । ବସ୍ତର ଆଇଜି ସୁନ୍ଦରରାଜ ପି ଏନକାଉଣ୍ଟରର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
major-encounter-on-sukma-dantewada-border-in-chhattisgarh | Argus News