PlaneCrash:ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଲେ ଶାହ

Key Points
ଅହମ୍ମଦାବାଦରେ ବଡ଼ ବିମାନ ଦୁର୍ଘଟଣା
ଶାହା ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ଯାତ୍ରୀବାହୀ ବିମାନ AI-171 ଦୁର୍ଘଟଣାଗ୍ରସ୍ତ ହୋଇଛି
ଗୁରୁବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦରେ ଭାରତର ଯାତ୍ରୀବାହୀ ବିମାନ AI-171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏହା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହିତ ଶାହା ପୋଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଶାହା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ।
ସୂଚନାନୁଯାୟୀ, ଏହି ଦୁର୍ଘଟଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ବିମାନଟି ବିମାନବନ୍ଦର ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ସାମ୍ନାକୁ ଆସିଥିବା ପ୍ରାରମ୍ଭିକ ଭିଡିଓରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି।