Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜମ୍ମୁ-କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ

National

ଜମ୍ମୁ-କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ

Ritu Das
Browse all articles by Ritu Das
·2 years ago·1 min read
ଜମ୍ମୁ-କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ

ଅର୍ଗସ ବ୍ୟୁରୋ: ନିର୍ବାଚନ ଭିତରେ ଜାମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। 

ସୂଚତା ମୁତାବକ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲ୍ଲାର ସୁରାନକୋଟ ଠାରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡିଗୁଡିକୁ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଗାଡି ଉପାରକୁ ଶସସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୋଲିସ ଏବଂ ଯବାନ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଚଳିତ ବର୍ଷରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆଇଏସଆଇଏସ୍ ଅବା ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ନିର୍ବାଚନ ସମୟରେ ଭାରତର ଛବି ମଳିନ କରିବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Major terrorist | Argus News