Malaika Turns 53 / ବୟସକୁ ମାତ୍ ଦେଉଛି ଗ୍ଲାମର୍ ,୫୩ ବର୍ଷରେ ବି ମଲାଇକା ଦେଖାଉଛନ୍ତି ଜଲୱା
·1 hour ago·2 min read

Key Points
ବୟସ କେବଳ ଏକ ସଂଖ୍ୟା!
ନିଜ ଷ୍ଟାଇଲ୍, ଫିଟନେସରେ ପ୍ରମାଣିତ କରି ଆସୁଛନ୍ତି ମଲାଇକା
୫୩ ବର୍ଷ ବୟସରେ ବି ତାଙ୍କ ଫିଟନେସ୍, ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି

ମୁମ୍ବାଇ,୨୩/୧୦: ବୟସ କେବଳ ଏକ ସଂଖ୍ୟା! ଏହି କଥାକୁ ନିଜ ଷ୍ଟାଇଲ୍, ଫିଟନେସ୍ ଓ ଗ୍ଲାମରସ୍ ଅନ୍ଦାଜ୍ରେ ପ୍ରମାଣିତ କରି ଆସୁଛନ୍ତି ବଲିଉଡ୍ର ଗ୍ଲାମର କୁଇନ୍ ମଲାଇକା ଅରୋରା। ୫୩ ବର୍ଷ ବୟସରେ ବି ତାଙ୍କ ଫିଟନେସ୍, ଫ୍ୟାଶନ୍ ସେନ୍ସ ଓ ଆତ୍ମବିଶ୍ୱାସ ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି। ଅକ୍ଟୋବର ୨୩ରେ ନିଜ ଜନ୍ମଦିନ ପାଳନ କରୁଥିବା ମଲାଇକାଙ୍କ ଗ୍ଲାମରସ୍ ଯାତ୍ରା ଆଜି ବି ଚର୍ଚ୍ଚାରେ। ରେଡ୍ କାର୍ପେଟ୍ ଲୁକ୍ ହେଉ କି ଜିମ୍ରେ ତାଙ୍କର ଫିଟନେସ୍ ରୁଟିନ୍, ପ୍ରତିଟି ଅନ୍ଦାଜ୍ରେ ରହିଛି ଏକ ଭିନ୍ନ ଆକର୍ଷଣ।
ଭିଜେରୁ ବଲିଉଡ୍ର ଗ୍ଲାମରସ୍ ଡିଭା
୯୦ ଦଶକରେ MTV ଇଣ୍ଡିଆରେ ଭିଡିଓ ଜକି (VJ) ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମଲାଇକା। ନିଜର ଷ୍ଟାଇଲିସ୍ ଲୁକ୍, ଆତ୍ମବିଶ୍ୱାସ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ବଳରେ ସେ ଖୁବ୍ଶୀଘ୍ର ଦର୍ଶକଙ୍କ ମନ ଜିଣିଥିଲେ। ହେଲେ ତାଙ୍କର ପ୍ରକୃତ ପରିଚୟ ଗଢ଼ିଥିଲା ବଲିଉଡ୍ର ଲୋକପ୍ରିୟ ଗୀତଗୁଡ଼ିକ। ୧୯୯୮ରେ ଫିଲ୍ମ ‘ଦିଲ୍ ସେ…’ର ଗୀତ ‘ଛୈୟା ଛୈୟା’ ମଲାଇକାଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା। ଶାହରୁଖ ଖାନଙ୍କ ସହ ଚଳନ୍ତା ଟ୍ରେନ୍ ଉପରେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଆଜି ବି ଦର୍ଶକଙ୍କ ମନରେ ରହିଛି। ଏହାପରେ ‘ମୁନ୍ନି ବଦନାମ୍ ହୁଇ’, ‘ମାହି ଭେ’ ଓ ‘ଅନାରକଲି ଡିସ୍କୋ ଚଲି’ ଭଳି ଗୀତ ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇଥିଲା।
ଫିଟନେସ୍ ହିଁ ଗ୍ଲାମରର ଅସଲି ମନ୍ତ୍ର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଲାଇକାଙ୍କ ଆକର୍ଷଣୀୟ ଲୁକ୍ ପଛରେ ରହିଛି ନିୟମିତ ବ୍ୟାୟାମ ଓ ଶୃଙ୍ଖଳିତ ଜୀବନଶୈଳୀ। ଯୋଗ, ପିଲାଟେସ୍ ଓ ଫିଟନେସ୍ ଅଭ୍ୟାସକୁ ସେ ନିଜ ଦୈନନ୍ଦିନ ଜୀବନର ଅଂଶ କରିଛନ୍ତି। ସୁସ୍ଥ ଖାଦ୍ୟ, ପର୍ଯ୍ୟାପ୍ତ ନିଦ ଓ ଶରୀରକୁ ହାଇଡ୍ରେଟ୍ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦିଅନ୍ତି।
ପଢନ୍ତୁ ଏହି ଖବର: ୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା
ତାଙ୍କ ପାଇଁ ଫିଟନେସ୍ କେବଳ ସୁନ୍ଦର ଦେଖାଯିବାର ମାଧ୍ୟମ ନୁହେଁ, ବରଂ ନିଜକୁ ସୁସ୍ଥ ଓ ସକ୍ରିୟ ରଖିବାର ଏକ ଉପାୟ। ଏହି ଶୃଙ୍ଖଳା ହିଁ ତାଙ୍କୁ ଫିଟନେସ୍ ଆଇକନ୍ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ଫ୍ୟାଶନ୍ ଦୁନିଆରେ ଆଜି ବି ମଲାଇକାଙ୍କ ରାଜ୍
ବୋଲ୍ଡ ଆଉଟଫିଟ୍, ଗ୍ଲାମରସ୍ ଗାଉନ୍ ହେଉ କି ଷ୍ଟାଇଲିସ୍ ଟ୍ରାଡିସନାଲ୍ ଲୁକ୍, ମଲାଇକାଙ୍କ ଫ୍ୟାଶନ୍ ଷ୍ଟେଟମେଣ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାଏ। ରିଆଲିଟି ଶୋ’ରେ ଜଜ୍ ଭାବେ ତାଙ୍କ ଉପସ୍ଥିତି ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ଏହା ସହ ‘ଦବଙ୍ଗ’ ଓ ‘ଦବଙ୍ଗ ୨’ ଭଳି ଫିଲ୍ମର ପ୍ରଯୋଜନାରେ ମଧ୍ୟ ସେ ନିଜ ଯୋଗଦାନ ଦେଇଛନ୍ତି।
ଭିଜେରୁ ଡ୍ୟାନ୍ସର୍, ଅଭିନେତ୍ରୀ ଓ ରିଆଲିଟି ଶୋ’ ଜଜ୍ ପର୍ଯ୍ୟନ୍ତ ମଲାଇକାଙ୍କ ଯାତ୍ରା ତାଙ୍କର ନିରନ୍ତର ପରିବର୍ତ୍ତନ ଓ ଆତ୍ମବିଶ୍ୱାସର କାହାଣୀ। ବୟସ ବଢ଼ିବା ସହ ତାଙ୍କ ଗ୍ଲାମର୍ ଓ ଷ୍ଟାଇଲ୍ର ଚର୍ଚ୍ଚା ମଧ୍ୟ ଜାରି ରହିଛି। ସେଥିପାଇଁ ମଲାଇକା ଅରୋରା କେବଳ ଜଣେ ଗ୍ଲାମରସ୍ ଡିଭା ନୁହନ୍ତି, ଫିଟନେସ୍ ଓ ଫ୍ୟାଶନ୍କୁ ଭଲ ପାଉଥିବା ଅନେକଙ୍କ ପାଇଁ ଏକ ପ୍ରେରଣା।

Related Topics
Explore more stories