Videos
|
National

Malaika Wedding / ୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା

Bikash Mohanty
Browse all articles by Bikash Mohanty
·28 mins ago·2 min read
୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା
Malaika Arora

Key Points

ବିବାହ କରିବେ  ମଲ୍ଲାଇକା ଅରୋରା
୫୨ ବର୍ଷ ବୟସରେ ବିବାହ କରିବ ମଲ୍ଲାଇକା
ନିଜଠାରୁ ୧୯ ବର୍ଷ ସାନ ହର୍ଷଙ୍କୁ  ବିବାହ କରିବେ ମଲ୍ଲାଇକା
ମୁମ୍ବାଇ,୦୬/୦୯: ବିବାହ କରିବେ ବଲିଉଡ ଅଭିନେତ୍ରୀ ମଲ୍ଲାଇକା ଅରୋରା। ୫୨ ବର୍ଷର ମଲ୍ଲାଇକା ନିଜଠାରୁ ୧୯ ବର୍ଷ ସାନ  ହର୍ଷ ମେହେଟ୍ଟାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।  ବି-ଟାଉନର ଚର୍ଚ୍ଚିତ ଯୋଡ଼ି ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କ ଦିନେ ଦିନେ ଚର୍ଚ୍ଚାରେ ରହିଥିଲା। ଦୀର୍ଘଦିନ ଧରି ଏକାଠି ରହିବା ପରେ ଦୁହେଁଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏବେ ମଲାଇକାଙ୍କ ନୂଆ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ହୀରା ବ୍ୟବସାୟୀ ହର୍ଷ ମେହେଟାଙ୍କ ସହ ମଲାଇକା ଡେଟ୍ କରୁଥିବା ନେଇ ଗୁଜବ ସାମ୍ନାକୁ ଆସିଛି।

କାହିଁକି ଅଲଗା ହେଲେ ମଲାଇକା-ଅର୍ଜୁନ?

ମଲାଇକା ଓ ଅର୍ଜୁନଙ୍କ ବ୍ରେକଅପ୍‌କୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା। କିଛି ଲୋକ କହିଛନ୍ତି ଯେ ଦୁହେଁ ଆନୁଷ୍ଠାନିକ ଭାବେ ଅଲଗା ହେବାର ପ୍ରାୟ ୮ରୁ ୧୦ ମାସ ପୂର୍ବରୁ ହିଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିଲା।  ବିବାହକୁ ନେଇ ଦୁହେଁଙ୍କ ମଧ୍ୟରେ ମତଭେଦ ହୋଇଥିଲା। ମଲାଇକା ବିବାହ କରିବାକୁ ଚାହୁଁଥିବାବେଳେ ଅର୍ଜୁନ ସେଥିପାଇଁ ପ୍ରସ୍ତୁତ ନଥିଲେ ବୋଲି କୁହାଯାଉଛି। ଏହି କାରଣରୁ ସମ୍ପର୍କରେ ଦୂରତା ବଢ଼ିଥିବା ଦାବି କରାଯାଇଛି।

ପଢନ୍ତୁ ଏହି ଖବର: ଜୋହେରି ମୋଲାଙ୍କ ମୁଣ୍ଡରେ ସୋଭିଲା ମିସ୍ ଓ୍ବାର୍ଲ୍ଡ ୨୦୨୬ର ଭବ୍ୟ ମୁକୁଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହର୍ଷ ମେହେଟାଙ୍କ ସହ ମଲାଇକାଙ୍କ ସମ୍ପର୍କ ?

ମଲାଇକା ଆରୋରାଙ୍କ ନୂଆ ଡେଟିଂ ଗୁଜବ ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ। ହୀରା ବ୍ୟବସାୟୀ ହର୍ଷ ମେହେଟାଙ୍କ ସହ ମଲାଇକା ସମ୍ପର୍କରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।  ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ମଧ୍ୟରେ ମଲାଇକା ଓ ହର୍ଷଙ୍କୁ ନେଇ ଏଭଳି ଚର୍ଚ୍ଚା ରହିଛି। ତେବେ ଏହି ସମ୍ପର୍କ ବିଷୟରେ ସେ ନିଜେ ନିଶ୍ଚିତ ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ମଲାଇକା କିମ୍ବା ହର୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ସମ୍ପର୍କକୁ ନେଇ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଆସିନାହିଁ। ତେଣୁ ବର୍ତ୍ତମାନ ଏହାକୁ କେବଳ ଗୁଜବ ଓ ରିପୋର୍ଟ ଭାବେ ହିଁ ଦେଖାଯାଉଛି।

କିଏ ଏହି ହର୍ଷ ମେହେଟା?


ରିପୋର୍ଟ ଅନୁସାରେ, ହର୍ଷ ମେହେଟା ଜଣେ ହୀରା ବ୍ୟବସାୟୀ ଏବଂ ସାନକସ୍ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ବୋଲି କୁହାଯାଉଛି। ତାଙ୍କ ବୟସ ପ୍ରାୟ ୩୩ ବର୍ଷ ବୋଲି ରିପୋର୍ଟରେ ଦାବି କରାଯାଇଛି। ମଲାଇକାଙ୍କ ବୟସ ୫୨ ବର୍ଷ ବୋଲି ଉଲ୍ଲେଖ ହେଉଥିବାରୁ ଦୁହେଁଙ୍କ ମଧ୍ୟରେ ପ୍ରାୟ ୧୯ ବର୍ଷର ବୟସ ବ୍ୟବଧାନ ରହିଛି। ତେବେ ମଲାଇକା ଓ ହର୍ଷଙ୍କୁ ଏକାଠି ଦେଖାଯାଇଥିବା ନେଇ ଚର୍ଚ୍ଚା ଥିଲେ ମଧ୍ୟ, ଦୁହେଁ ନିଜ ସମ୍ପର୍କକୁ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବେ ସ୍ୱୀକାର କରିନାହାନ୍ତି।

ଏବେ ପ୍ରଶ୍ନ ହେଉଛି ମଲାଇକାଙ୍କ ଜୀବନରେ ସତରେ ନୂଆ ପ୍ରେମ ଆସିଛି କି, ନା ଏହା କେବଳ ବି-ଟାଉନର ଆଉ ଏକ ଗୁଜବ? ଏହାର ଉତ୍ତର ପାଇଁ ମଲାଇକା କିମ୍ବା ହର୍ଷଙ୍କ ଅଧିକାରିକ ବୟାନକୁ ଅପେକ୍ଷା କରିବାକୁ ପଡ଼ିବ।