Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Malegaon Bomb Blast: ଜଜ୍‌ଙ୍କ ଆଗରେ ମନର କୋହ ବଖାଣିଲେ ସାଧ୍ୱୀ ପ୍ରଜ୍ଞା...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Malegaon Bomb Blast: ଜଜ୍‌ଙ୍କ ଆଗରେ ମନର କୋହ ବଖାଣିଲେ ସାଧ୍ୱୀ ପ୍ରଜ୍ଞା...

Key Points

NIA କୋର୍ଟରେ ବିଚାରପତିଙ୍କ ଆଗରେ ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଏହି ଘଟଣା ମୋ ସମ୍ପୂର୍ଣ୍ଣ ଜୀବନକୁ ବର୍ବାଦ କରିଦେଲା ।

'ମୁଁ ଆରମ୍ଭରୁ କହିଥିଲି ଯେ ଯେଉଁମାନଙ୍କୁ ତଦନ୍ତ ପାଇଁ ଡକାଯାଉଛି ସେମାନଙ୍କର ପଛରେ କିଛି ନା କିଛି ଆଧାର ରହିବା ଦରକାର ।

ମାଲେଗାଓଁ ବିସ୍ଫୋରଣ ମାମଲାରେ ଫଶିଥିବା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ଏବେ ଏହି ଖବର ସାରା ଦେଶରେ ଚର୍ଚ୍ଚା ଆରମ୍ଭ କରିଛି । କାରଣ ଯେଉଁମାନେ ଅଭିଯୁକ୍ତ ଥିଲେ ସେମାନେ ବାହାରେ ଏବେ ମନଖୋଲି ନିଜ ଅନୁଭୂତି ବଖାଣୁଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା । ମାମଲାର ୧୭ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ରାୟ ଶୁଣାଇଲେ ଏନଆଇଏର ସ୍ୱତନ୍ତ୍ର କୋର୍ଟ । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।

NIA କୋର୍ଟରେ ବିଚାରପତିଙ୍କ ଆଗରେ ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଏହି ଘଟଣା ମୋ ସମ୍ପୂର୍ଣ୍ଣ ଜୀବନକୁ ବର୍ବାଦ କରିଦେଲା । 'ମୁଁ ଆରମ୍ଭରୁ କହିଥିଲି ଯେ ଯେଉଁମାନଙ୍କୁ ତଦନ୍ତ ପାଇଁ ଡକାଯାଉଛି ସେମାନଙ୍କର ପଛରେ କିଛି ନା କିଛି ଆଧାର ରହିବା ଦରକାର । ମାତ୍ର ସେମାନେ ମୋତେ ତଦନ୍ତ ପାଇଁ ଡାକିଲେ । ମତେ ଗିରଫ କରାଗଲା ଏବଂ ନିର୍ଯାତନା ବି ଦିଆଗଲା । ଯାହା ମୋର ସାରା ଜୀବନକୁ ନଷ୍ଟ ଭ୍ରଷ୍ଟ କରିଦେଲା । ମୁଁ ଜଣେ ସନ୍ନ୍ୟାସୀର ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଅଭିଯୁକ୍ତ କରିଦିଆଗଲା । ସେତେବେଳେ କେହି ବି ମୋ ପାଖରେ ଛିଡ଼ା ହୋଇନଥିଲେ । ମୁଁ ଆଜି ଯଦି ବଞ୍ଚିଛି କେବଳ ଜଣେ ସନ୍ୟାସୀ ବୋଲି' ।

ସେ ଆହୁରି କହିଛନ୍ତି ସେମାନେ ଏକ ଷଡ଼ଯନ୍ତ୍ର କରି ଗେରୁଆକୁ ବଦନାମ କରିଥିଲେ । ହେଲେ ଆଜି ଗେରୁଆର ବିଜୟ ହୋଇଛି, ହିନ୍ଦୁତ୍ୱର ବିଜୟ ହୋଇଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦେବେ ବୋଲି ସାଧ୍ବୀ କହିଛନ୍ତି ।

ସେପଟେ ଏହି ଘଟଣାରେ ଆଉ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତି ହେଉଛନ୍ତି ଲେଫ୍ଟାନାଣ୍ଟ କର୍ଣ୍ଣଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ । ସେ ମଧ୍ୟ କୋର୍ଟରେ କହିଛନ୍ତି, 'ମାଲେଗାଓଁ ବିସ୍ଫୋରଣ ମାମଲାରେ ଫସିବା ପୂର୍ବରୁ ମୁଁ ଯେଉଁ ଦୃଢ଼ ବିଶ୍ୱାସ ସହିତ ମୋ ଦେଶ ଏବଂ ମୋ ସଂଗଠନର ସେବା କରିବାକୁ ସୁଯୋଗ ପାଇଛି ସେଥିପାଇଁ ଧନ୍ୟବାଦ । ଏସବୁ ଘଟଣା ପାଇଁ ମୁଁ କୌଣସି ସଂଗଠନକୁ ଦୋଷ ଦେଉନାହିଁ । ଏହା ତଦନ୍ତକାରୀ ସଂସ୍ଥାର ଭୁଲ ନୁହେଁ ମାତ୍ର ସଂଗଠନ ଭିତରେ ଥିବା ଲୋକମାନେ ହିଁ ଭୁଲ କରିଛନ୍ତି । ସାଧାରଣ ଲୋକଙ୍କ ବିଶ୍ୱାସକୁ ପୁଣି ଥରେ ବ୍ୟବସ୍ଥା ଉପରେ ଫେରାଇ ଆଣିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malegaon Bomb Blast: Pragya Singh Thakur expresses her feelings before the judge... | Argus News