Videos
|
National

Malika Rejects Offer / କୋଟି କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ମଲ୍ଲିକା! କହିଲେ ମୁଁ ଯିବି ନାହିଁ

Bikash Mohanty
Browse all articles by Bikash Mohanty
·45 mins ago·3 min read
କୋଟି କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ମଲ୍ଲିକା! କହିଲେ ମୁଁ ଯିବି ନାହିଁ
Malika

Key Points

କୋଟି କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ମଲ୍ଲିକା
କହିଲେ ମୁଁ ବିଗ୍ ବସ୍ ରେ ଭାଗନେବି ନାହିଁ
ବିଗବସ୍ ପାଇଁ  ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ନାମ ଚର୍ଚ୍ଚାରେ ରହିଥିଲା

ମୁମ୍ବାଇ,୦୨/୦୯: ପ୍ରତିବର୍ଷ ପରି ଏଥର ମଧ୍ୟ ଟେଲିଭିଜନର ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ୍ ବସ୍’କୁ ନେଇ ଦର୍ଶକ ଓ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସଲମାନ ଖାନଙ୍କ ହୋଷ୍ଟିଂରେ ଆସିବାକୁ ଥିବା ‘ବିଗ୍ ବସ୍ ୨୦’ରେ କେଉଁ କେଉଁ ସେଲିବ୍ରିଟି ଯୋଗଦେବେ, ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଶୋ’ର ସମ୍ଭାବ୍ୟ ପ୍ରତିଯୋଗୀଙ୍କ ତାଲିକାକୁ ନେଇ ପ୍ରତିଦିନ ନୂଆ ନୂଆ ଗୁଜବ ସାମ୍ନାକୁ ଆସୁଥିବା ବେଳେ, ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା।

ତେବେ ‘ବିଗ୍ ବସ୍ ୨୦’ରେ ମଲ୍ଲିକା ଶେରାୱତଙ୍କ ଯୋଗଦାନ ନେଇ ଚାଲିଥିବା ଗୁଜବ ଉପରେ ଏବେ ନିଜେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ମୁମ୍ବାଇରେ ନିକଟରେ ମଲ୍ଲିକାଙ୍କୁ ପ୍ରସିଦ୍ଧ YouTuber ଅଭିଷେକ ମଲହାନଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ସାମ୍ବାଦିକ ମାନେ  ତାଙ୍କୁ ଘେରି ଧରି ‘ବିଗ୍ ବସ୍ ୨୦’ରେ ତାଙ୍କ ଏଣ୍ଟ୍ରି ସମ୍ପର୍କରେ ପ୍ରଶ୍ନ କରିଥିଲେ।

ସାମ୍ବାଦିକ ମାନେ ତାଙ୍କୁ  ‘ବିଗ୍ ବସ୍ ୨୦’ର ଅଂଶଗ୍ରହଣ କରିବେ ନା ନାହିଁ ବୋଲି ପଚାରିଥିଲେ। ମଲ୍ଲିକା ଅତ୍ୟନ୍ତ ସ୍ପଷ୍ଟ ଓ ଦୃଢ଼ ଉତ୍ତର ଦେଇଥିଲେ। ସେ କହିଥିଲେ, “ନା, ମୁଁ ଯିବି ନାହିଁ।” ତାଙ୍କର ଏହି ଉତ୍ତର ପରେ ‘ବିଗ୍ ବସ୍ ୨୦’ରେ ତାଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଅନେକାଂଶରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ତେବେ ଏହି ସମୟରେ ଅଭିଷେକ ମଲହାନଙ୍କ ମତ କିନ୍ତୁ ମଲ୍ଲିକାଙ୍କଠାରୁ ଭିନ୍ନ ଥିଲା। ସେ ମଲ୍ଲିକାଙ୍କୁ ‘ବିଗ୍ ବସ୍’ରେ ଯୋଗଦେବା ଉଚିତ ବୋଲି କହିଥିଲେ। ଅଭିଷେକଙ୍କ କଥା ଶୁଣି ମଲ୍ଲିକା ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ, “କାହିଁକି?” ଏହାର ଉତ୍ତରରେ ଅଭିଷେକ କହିଥିଲେ ଯେ ମଲ୍ଲିକାଙ୍କ ବ୍ୟକ୍ତିତ୍ୱ ଓ ଆଭିମୁଖ୍ୟ ‘ବିଗ୍ ବସ୍’ ଭଳି ଏକ ରିଆଲିଟି ଶୋ ପାଇଁ ଉପଯୁକ୍ତ। ଅର୍ଥାତ୍, ତାଙ୍କ ଖୋଲାଖୋଲି ସ୍ୱଭାବ ଓ ଦମଦାର ବ୍ୟକ୍ତିତ୍ୱ ଶୋ’ରେ ଦର୍ଶକଙ୍କୁ ମନୋରଞ୍ଜନ ଦେଇପାରିବ ବୋଲି ସେ କହିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିଜ ଠାରୁ ୧୯ ବର୍ଷ ଛୋଟ ହର୍ଷଙ୍କ ସହ ଡେଟିଂ କରୁଛନ୍ତି ମଲାଇଲା,ଫଟୋ ହେଲା ଭାଇରାଲ

ଉଲ୍ଲେଖଯୋଗ୍ୟ ଯେ, ମଲ୍ଲିକା ଶେରାୱତଙ୍କ ‘ବିଗ୍ ବସ୍’ରେ ଯୋଗଦେବା ନେଇ ଏହା ପ୍ରଥମ ଚର୍ଚ୍ଚା ନୁହେଁ। ପୂର୍ବରୁ ମଧ୍ୟ ତାଙ୍କ ନାମ ଏହି ଲୋକପ୍ରିୟ ରିଆଲିଟି ଶୋ ସହ ଯୋଡ଼ାଯାଇଥିଲା। ୨୦୨୫ ମସିହାରେ ଯେତେବେଳେ ଖବର ଆସିଥିଲା ଯେ ସେ ‘ବିଗ୍ ବସ୍ ୧୯’ରେ ଯୋଗଦେଇପାରନ୍ତି, ସେତେବେଳେ ମଲ୍ଲିକା ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇଥିଲେ। ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ‘ବିଗ୍ ବସ୍’ କରୁନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହି ଶୋ’ କରିବାର କୌଣସି ଯୋଜନା ନାହିଁ।

ମଲ୍ଲିକା ପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ, ‘ବିଗ୍ ବସ୍’ ଓ ‘ଖତରୋଁ କେ ଖିଲାଡି’ ଭଳି ରିଆଲିଟି ଶୋ’ର ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଏହି ଶୋଗୁଡ଼ିକର ଫର୍ମାଟ୍ ତାଙ୍କୁ ବିଶେଷ ପସନ୍ଦ ନୁହେଁ। ବିଶେଷକରି ଗୋଟିଏ ଘର ଭିତରେ ପ୍ରତିଯୋଗୀଙ୍କୁ ଦୀର୍ଘ ସମୟ ଧରି ରଖିବା ଏବଂ ୨୪ ଘଣ୍ଟା କ୍ୟାମେରାରେ ନଜର ରଖିବା ଭଳି ଫର୍ମାଟ୍ ପ୍ରତି ତାଙ୍କର ବିଶେଷ ଆଗ୍ରହ ନାହିଁ। ତାହା ପରିବର୍ତ୍ତେ ମଲ୍ଲିକା ଯାତ୍ରା, ଦୁଃସାହସିକତା, ଖାଦ୍ୟ ଏବଂ କଥାବାର୍ତ୍ତା ଆଧାରିତ ଶୋ’ରେ ଅଧିକ ଆଗ୍ରହ ରଖନ୍ତି। ଯେଉଁ ଶୋ’ରେ ନୂଆ ସ୍ଥାନ, ନୂଆ ଅନୁଭବ ଓ ଭିନ୍ନ ଭିନ୍ନ ବିଷୟକୁ ଅନୁଭବ କରିବାର ସୁଯୋଗ ମିଳିଥାଏ, ସେଭଳି କାର୍ଯ୍ୟକ୍ରମକୁ ସେ ଅଧିକ ପସନ୍ଦ କରନ୍ତି।

ବର୍ତ୍ତମାନ ମଲ୍ଲିକା ଶେରାୱତ କରଣ ଜୋହରଙ୍କ ଚର୍ଚ୍ଚିତ ରିଆଲିଟି ଶୋ ‘ଦି ଟ୍ରେଟର୍ସ ସିଜନ୍ ୨୦୨୬’ରେ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି। ଶୋ’ର ନୂଆ ଏପିସୋଡ୍ ପର୍ଯ୍ୟନ୍ତ ସେ ଖେଳରେ ରହିଥିବା ଏବଂ ଏଲିମିନେଟ୍ ହୋଇନଥିବା ଜଣାପଡ଼ିଛି। ଏବେ ସମସ୍ତଙ୍କ ନଜର ଫାଇନାଲ୍ ଉପରେ ରହିଛି। ମଲ୍ଲିକା ଶେରାୱତ କ’ଣ ‘ଦି ଟ୍ରେଟର୍ସ ୨’ର ଟ୍ରଫି ଜିତିବେ, ନା ଅନ୍ୟ କୌଣସି ପ୍ରତିଯୋଗୀ ବାଜି ମାରିବେ?

ତେବେ ଗୋଟିଏ କଥା ସ୍ପଷ୍ଟ ‘ବିଗ୍ ବସ୍ ୨୦’ରେ ମଲ୍ଲିକା ଶେରାୱତଙ୍କ ଏଣ୍ଟ୍ରିକୁ ନେଇ ଯେତେ ଗୁଜବ ହେଉନା କାହିଁକି, ଅଭିନେତ୍ରୀ ନିଜେ ଏହାକୁ ସିଧାସଳଖ ନା କରିଦେଇଛନ୍ତି। ଏବେ ଦେଖିବାକୁ ବାକି, ‘ବିଗ୍ ବସ୍ ୨୦’ର ଫାଇନାଲ୍ ପ୍ରତିଯୋଗୀ ତାଲିକାରେ ଆଉ କେଉଁ କେଉଁ ଚର୍ଚ୍ଚିତ ଚେହେରା ସ୍ଥାନ ପାଉଛନ୍ତି।