Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆନ୍ଦୋଳନକାରୀ ଡାକ୍ତରଙ୍କୁ ଡକାଇଲେ ମମତା ବାନାର୍ଜୀ

National

ଆନ୍ଦୋଳନକାରୀ ଡାକ୍ତରଙ୍କୁ ଡକାଇଲେ ମମତା ବାନାର୍ଜୀ

Ritu Das
Browse all articles by Ritu Das
·1 year ago·2 min read
ଆନ୍ଦୋଳନକାରୀ ଡାକ୍ତରଙ୍କୁ ଡକାଇଲେ ମମତା ବାନାର୍ଜୀ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ ସେମାନଙ୍କ ଜିଦରେ ଅଡି ବସିଛନ୍ତି। ରାଜ୍ୟ ସରକାର ଏମାନଙ୍କ ସହ ଆଲୋଚନା କରିବାକୁ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମାନଙ୍କ ସହ ୨ଟି ବୈଠକ ଆୟୋଜନ କରିଥିବା ବେଳେ ଏହାର ଫଳାଫଳ କିନ୍ତୁ ଶୂନ୍ୟ ହୋଇଛି। ଏବେ ପୁଣିଥରେ ମମତା ସୋମବାର ସନ୍ଧ୍ୟାରେ ଡାକ୍ତରମାନଙ୍କ ସହ ବୈଠକ କରିବାକୁ ଡାକିଛନ୍ତି।

ଟ୍ରେନି ଡାକ୍ତରଙ୍କ ପ୍ରତିନିଧିମାନଙ୍କ ପାଖକୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି କି ଏହା ପଞ୍ଚମ ଓ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଏକ ବୈଠକକୁ ଆମେ ଆପଣଙ୍କୁ ଆମନ୍ତ୍ରଣ କରୁଛୁ। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟସ୍ଥିତ ବାସଭବନରେ ଅନୁଷ୍ଠିତ ହେବ।
ଏଥର ମଧ୍ୟ ଏହି ଡାକ୍ତରମାନେ ଲାଇଭ ଷ୍ଟ୍ରିମିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ସେମାନଙ୍କ ପୂର୍ବ ଦାବିକୁ ନେଇ ଅଡିବସିଛନ୍ତି। ସେମାନେ କହିଛନ୍ତି କି ଆମେ ଆପୋଷ ସମାଧାନ କରିବାକୁ ରାଜି ଅଛୁ, ହେଲେ ବୈଠକରେ କ’ଣ ଆଲୋଚନା ହେଲା ଏହାର ଲାଇଭ ଷ୍ଟ୍ରିମିଂ ଜରୁରୀ। କାରଣ ଜନସାଧାରଣ ଆମକୁ ସମର୍ଥନ କରୁଥିବା ବେଳେ ସେମାନେ ବି ଜାଣିବା ଉଚିତ ଭିତରେ କ’ଣ ଆଲୋଚନା ହେଲା।

ଏଥର ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ସେ ବୈଠକ ମାଧ୍ୟମରେ ଡାକ୍ତାରମାନଙ୍କୁ ବୁଝାଇ ହେବ ଓ ସେମାନେ ପୂର୍ବପରି ସେମାନଙ୍କ କାର୍ଯ୍ୟରେ ଯୋଗେଦେବେ। ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ନାଁ ଧରୁନି। ସ୍ୱାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିୟର ଡାକ୍ତର।  ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଏଭଳି ଜାରି ରହିବ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି । ଏଥିସହ ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ଆରମ୍ଭ କରିଛନ୍ତି ଅଭୟା କ୍ଲିନିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Mamata Banerjee | Argus News