West Bengal Politics / ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ମମତା

Key Points
ମମତାଙ୍କର ଅହଂକାର ଜିଦ୍ ଏପର୍ଯ୍ୟନ୍ତ ଯାଇ ନାହିଁ
ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ମମତା
ହାରିକି ବି କହୁଛନ୍ତି ମୁଁ ହାରିନି ଇସ୍ତଫା ଦେବି ନାହିଁ
ମମତାଙ୍କର ଅହଂକାର ଜିଦ୍ ଏପର୍ଯ୍ୟନ୍ତ ଯାଇ ନାହିଁ । ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ମମତା । ହାରିକି ବି କହୁଛନ୍ତି ମୁଁ ହାରିନି ଇସ୍ତଫା ଦେବି ନାହିଁଭାରି କଷ୍ଟ ହେଉଛି। ଟିକେ ବି ସହି ପାରୁ ନାହାଁନ୍ତି । ଦିନରାତି ମମତାଙ୍କ ପାଇଁ ଏକ ହୋଇ ଯାଇଛି। ମୋହରେ ଏତେ ବୁଡ଼ି ରହିଥିଲେ କି ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ମମତା। ଯେଉଁଥିପାଇଁ ଏବେ ଖାଲି ସେ ବାଉଳି ହେଉଛନ୍ତି। ହଁ ଆଜ୍ଞା, ୧୫ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ଲୋଭରେ ମମତା ଅନ୍ଧ ହୋଇଯାଇଛନ୍ତି । କ୍ଷମତା ଚାଲିଯିବା ପରେ ବି ସତ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେଥିପାଇଁ ଜନମତକୁ ଅବମାନନା କରି ବଡ଼ ଦୁଃସାହସ କରିଛନ୍ତି ଦିଦି ।
ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବିନାହିଁ । ଯିଏ ଯେତେ ଚେଷ୍ଟା କଲେ ବି ମୁଁ ପଦ ଛାଡ଼ିବି ନାହିଁ। ମୁଁ ନିର୍ବାଚନ ହାରି ନାହିଁ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ମମତାଙ୍କ ଏହି ନିଷ୍ପତି କଣ ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଂକଟ ଦେଖାଦେବ ? ବିଶେଷଜ୍ଞଙ୍କ ମତରେ ମମତା ପଦ ନଛାଡ଼ିଲେ ମଧ୍ୟ ନୂଆ ସରକାର ଗଠନରେ କୌଣସି ବାଧା ସୃଷ୍ଟି ହେବନାହିଁ ।
ମମତା ଅହଂକାରରେ ବୁଡ଼ି ରହିଛନ୍ତି। ଯାହା ତାଙ୍କୁ ଇସ୍ତଫା ଦେବା ପାଇଁ ବାଧକ ସାଜୁଛି। ସୂଚନା ମୁତାବକ ବଙ୍ଗରେ ବିଜୟ ହାସଲ କଲା ବିଜେପି । ୨୦୭ ଆସନରେ ଅକ୍ତିଆର କରି ମମତାଙ୍କୁ ପରାସ୍ତ କରିଛି। ବଙ୍ଗରେ ବୋଳି ହୋଇଛି ଗେରୁଆ ରଙ୍ଗ । କିନ୍ତୁ ଜନମତକୁ ଅବମାନନା ଓ ଗଣତନ୍ତ୍ରକୁ ଉପହାସ କରିଛନ୍ତି ମମତା। ପଶ୍ଚିମବଙ୍ଗର ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ସାମ୍ବାଦିକ ସମ୍ମିଳନୀ ତାଙ୍କ ଅହଂକାରକୁ ଦେଖାଇ ଦେଇଛି ।
ମଙ୍ଗଳବାର ଅପରାହ୍ଣରେ କୋଲକାତାରେ ପ୍ରେସମିଟ୍ କରି ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କୁ ଜଣେ କ୍ଷମତା ଲୋଭୀ ରାଜନେତା ଭାବେ ଦେଶବାସୀଙ୍କ ଆଗରେ ଚିତ୍ରଣ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ସତ୍ବେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସିଧାସିଧା ମନା କରିଦେଇଛନ୍ତି ମମତା । TMC ମୁଖ୍ୟଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଭିତରେ ବିଶେଷଜ୍ଞଙ୍କ ମତାମତ ସାମ୍ନାକୁ ଆସିଛି ।
📱 Get Argus News App
✨Related Topics
Explore more stories