Mamata Banerjee / ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ନଦେଲେ କ'ଣ ହେବ ? ଜାଣନ୍ତୁ...

Key Points
ମୋଦିଙ୍କ ମ୍ୟାଜିକ୍, ଶାହାଙ୍କ ରଣନିତୀ, ନିତୀନଙ୍କସମରସଜ୍ଜା
ବେଙ୍ଗଲ ବିଜୟରେ ଧର୍ମେନ୍ଦ୍ରଙ୍କର ବି ବଡ଼ ଭୂମିକା
37 ଆସନରେ ପ୍ରାର୍ଥୀ, ପ୍ରଚାର, ପରିଚାଳନାର ବ୍ଲୁପ୍ରିଣ୍ଟ କରିଥିଲେ କେନ୍ଦ୍ରମନ୍ତ୍ରୀ
35 ଆସନରେ ବିଜେୟରେ ଓଡ଼ିଆ ନେତା
୧୫ ବର୍ଷ କ୍ଷମତାରେ ରହିବା ପରେ, ମୁଖ୍ୟମନ୍ତ୍ରୀ ପଦବୀ ଲୋଭରେ ମମତା ଏମିତି ଅନ୍ଧ ହୋଇଯାଇଛନ୍ତି ଯେ, କ୍ଷମତା ଚାଲିଯିବା ସତ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେଥିପାଇଁ ଜନମତକୁ ଅବମାନନା କରି ବଡ଼ ଦୁଃସାହସ କରିଛନ୍ତି ଦିଦି । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ । ତେଣୁ ଚର୍ଚ୍ଚା ଆରମ୍ଭ ହେଇଛି, କଣ ପଶ୍ଚିମବଙ୍ଗରେ ସାମ୍ବଧାନିକ ସଂକଟ ଦେଖାଦେବ? ବିଶେଷଜ୍ଞଙ୍କ ମତରେ ମମତା ପଦ ନଛାଡ଼ିଲେ ମଧ୍ୟ ନୂଆ ସରକାର ଗଠନରେ କୌଣସି ବାଧା ସୃଷ୍ଟି ହେବନାହିଁ ।
ଜନମତକୁ ଅବମାନନା ଓ ଗଣତନ୍ତ୍ରକୁ ଉପହାସ କଲାଭଳି, ପଶ୍ଚିମବଙ୍ଗର ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ସାମ୍ବାଦିକ ସମ୍ମିଳନୀ । ମଙ୍ଗଳବାର ଅପରାହ୍ଣରେ କୋଲକାତାରେ ପ୍ରେସମିଟ୍ କରି ଯେଉଁ ବିୟାନ ଦେଇଛନ୍ତି, ତାହା ତାଙ୍କୁ ଜଣେ କ୍ଷମତା ଲୋଭୀ ରାଜନେତା ଭାବେ ଦେଶବାସୀଙ୍କ ଆଗରେ ଚିତ୍ରଣ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ସତ୍ବେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସିଧାସିଧା ମନା କରିଦେଇଛନ୍ତି ମମତା । TMC ମୁଖ୍ୟଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଭିତରେ ବିଶେଷଜ୍ଞଙ୍କ ମତାମତ ସାମ୍ନାକୁ ଆସିଛି । ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ନଦେଲେ କ'ଣ ହେବ?
ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ନଦେଲେ କ'ଣ ହେବ ?
୧- ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେଲେ ମଧ୍ୟ ନୂଆ ସରକାର ଗଠନରେ କୌଣସି ଅସୁବିଧା ହେବନାହିଁ
୨- ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ମଧ୍ୟ ନୂଆ ସରକାର ଗଠନ ହେବା ଯାଏଁ ଦାୟିତ୍ବ ତୁଲାଇ ଥାଆନ୍ତେ
୩- ବର୍ତ୍ତମାନ TMC ନେତୃତ୍ବାଧୀନ ସରକାର ଓ ବିଧାନସଭାର କାର୍ଯ୍ୟକାଳ ମେ' ୭ ତାରିଖରେ ଶେଷ ହେଉଛି
୪- ସମ୍ବିଧାନର ଧାରା ୧୬୪ ଅନୁଯାୟୀ ରାଜ୍ୟପାଳଙ୍କ ଅନୁଗ୍ରହରେ ନୂଆ ସରକାର ଗଠନ ଯାଏଁ ଦାୟିତ୍ବରେ ରହିପାରିବେ
୫- ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଅନ୍ୟଜଣେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାରେ ଅସୁବିଧା ରହିଛି
୬- କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସରିଗଲେ, ତାଙ୍କ ବିନା ଇସ୍ତଫାରେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରିବେ
୭- ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ନେଇ ୫ ରାଜ୍ୟର ରାଜ୍ୟପାଳଙ୍କୁ ସୂଚିତ କରିସାରିଛନ୍ତି ନିର୍ବାଚନ କମିଶନ୍
୮- ନିର୍ବାଚନରେ ବିଜୟୀ ପାର୍ଟିର ବିଧାୟକ ଦଳ ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ ରାଜ୍ୟପାଳ
୯- ମମତା ନିର୍ବାଚନକୁ ଚ୍ୟାଲେଞ୍ଜ କରି କୋର୍ଟକୁ ଗଲେ ମଧ୍ୟ ନୂଆ ସରକାରଙ୍କ ଦାୟିତ୍ବ ଗ୍ରଣହ ପ୍ରକ୍ରିୟା ଜାରି ରହିବ
୧୦- ତେଣୁ ଜନମତକୁ ସମ୍ମାନ ଦେଇ ମମତା ପଦରୁ ଇସ୍ତଫା ଦେବା ସହ ସସମ୍ମାନେ ବଦାୟ ନେଇଯିବା ଉଚିତ୍
ବର୍ତ୍ତମାନ ସ୍ଥିତିରେ ସାମ୍ବିଧାନିକ ମୁଖ୍ୟ ଭାବରେ ରାଜ୍ୟପାଳଙ୍କ ଭୂମିକା ଏବଂ ତାଙ୍କ ପାଖରେ ଥିବା ବିଶେଷ କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ମମତା ବାନାର୍ଜୀଙ୍କ ଜିଦ୍ ଓ ରାଜ୍ୟପାଳଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ମଧ୍ୟରେ କିଏ ଜିତିବ, ତାହା ଆଗାମୀ ସମୟ ହିଁ କହିବ । କିନ୍ତୁ ଏହା ସ୍ପଷ୍ଟ ଯେ, ସମ୍ବିଧାନର ପରିସର ମଧ୍ୟରେ ରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ।
📱 Get Argus News App
✨Related Topics
Explore more stories