Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହସ୍ପିଟାଲରେ ଭର୍ତ୍ତି ହେଲେ ମମତା ବାନାର୍ଜୀ 

Manini Pattanayak
Browse all articles by Manini Pattanayak
·2 years ago
ହସ୍ପିଟାଲରେ ଭର୍ତ୍ତି ହେଲେ ମମତା ବାନାର୍ଜୀ 

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆହତ ହେବାପରେ ତାଙ୍କୁ କୋଲକାତାର ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତୃଣମୂଳ କଂଗ୍ରେସ ସୋସିଆଲ ସାଇଟ୍ ଏକ୍ସରେ ଦିଆଯାଇଥିବା ସୂଚନା ଅନୁସାରେ ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବଂ ରକ୍ତ ମୁହଁରେ ପଡିଛି। 

Xରେ ମମତାଙ୍କ କିଛି ଫଟୋ ଶେଆର କରିଛି ଦଳ। ସେଥିରେ ମମତା ଡାକ୍ତରଖାନାରେ ବେଡ୍‌ରେ ଶୋଇଥିବା ବେଳେ ତାଙ୍କ  ମଥାରୁ ବହି ଆସିଛି ରକ୍ତ।  ତେବେ କେମିତି ଏହି ଘଟଣା ଘଟିଲା ଦଳ ତାହା ଉଲ୍ଲେଖ କରି ନାହିଁ। କେବଳ ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଛି। ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବି ମମତାଙ୍କ ଏଭଳି ଅବସ୍ଥା କେମିତି ହେଲା, ସେ ନେଇ କିଛି କୁହାଯାଇ ନାହିଁ।
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata Banerjee Suffered "Major Injury": Trinamool Congress | Argus News