Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଆମ ଆଦମି ପାର୍ଟି ହାରିବା ପରେ ଟେନସନରେ ମମତା ବାନାର୍ଜି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ଦିଲ୍ଲୀରେ ଆମ ଆଦମି ପାର୍ଟି ହାରିବା ପରେ ଟେନସନରେ ମମତା ବାନାର୍ଜି

୨୪ ରେ ଓଡ଼ିଶା, ୨୫ ରେ ବିଜେପି ଦିଲ୍ଲୀ ଦଖଲ କଲା ପରେ ଏବେ ୨୬ ପାଇଁ ଚିନ୍ତାରେ ପଡିଗଲେଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଞ୍ଚଳିକ ଦଳର ଗଡ଼ ଭାଙ୍ଗୁଛି ପଦ୍ମ। ଓଡ଼ିଶାରେ ଶଙ୍ଖକୁ ହଟେଇ କ୍ଷମତା ଆସିବାର ଆଠ ମାସ ଯାଇନି ସେପଟେ ଦିଲ୍ଲୀରେ ଝାଡୁକୁ ଝଡ ଭଳି ଆସି ଉଜାଡି ଦେଲା ମୋଦି ଲହରୀ। ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍‌ ଆଦମି ପାର୍ଟିକୁ ମିଳିଛି ୨୨ ସିଟ୍‌ । ଦଳର ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବି ପରାଜୟର ସ୍ବାଦ ଚଖାଇଛି ବିଜେପି। ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ଆପ୍‌ର ଅନ୍ୟତମ ଟପ୍‌ ଲିଡର ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବି ହାରିଛନ୍ତି । ଏବେ ଆମ ଆଦମି ପାର୍ଟିର ଏମିତି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ଦିଦି।


ସେପଟେ ୨୦୨୬ରେ ହେବାକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ କଲେଣି ରାଜନୀତି ସମୀକ୍ଷକ। ୨୦୨୬ ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ଏଠି ଦିଦିଙ୍କ ଗାଦିକୁ ବିଜେପି ଦୋହଲେଇ ଦେବ ବୋଲି ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଟ୍ବିଟ କରି ଲେଖିଛନ୍ତି ୨୦୨୬ ମେଁ ବେଙ୍ଗଲ କି ବାରି'। ଏହି ଟ୍ବିଟ ଏବେ ପଶ୍ଚିମବଙ୍ଗ ଶୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଶୁଭେନ୍ଦୁ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ବଙ୍ଗଳାରେ ଆବାସ ଯୋଜନାରେ ମାତ୍ର ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି, ଯେଉଁଥିରେ ଘର କରିବା ସମ୍ଭବ ନୁହେଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୧ ଲକ୍ଷ ୮୦ ହଜାର ଟଙ୍କା ଦିଆଯିବ। ବିଜେପି ମୁଖପାତ୍ର ରାଜ୍ୟସଭା ସଦସ୍ୟ ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଲକ୍ଷ୍ମୀ ଭଣ୍ଡାର ପ୍ରକଳ୍ପରେ ମହିଳାମାନଙ୍କୁ ଯେତିକି ଟଙ୍କା ତା ଠାରୁ ଅଧିକ ଟଙ୍କା ଦିଆଯିବ। ବିଜେପି ୨୦୨୬ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Sponsored
mamata-banerjee-tense-after-aam-aadmi-party-loses-in-delhi | Argus News