10 MLAs Skip Mamata / TMC ବୈଠକରେ ପହଞ୍ଚିଲେନି ୧୦ ବିଧାୟକ, ଏମିତି କହିଲେ ମମତା ବାନାର୍ଜୀ
·1 hour ago·2 min read

Key Points
ମମତା ବାନାର୍ଜୀଙ୍କ ପାଇଁ ଆଉ ଏକ ଚିନ୍ତା
TMC ବୈଠକରେ ପହଞ୍ଚିଲେନି ୧୦ ବିଧାୟକ
ଏମିତି କହିଲେ ମମତା ବାନାର୍ଜୀ
TMC ବୈଠକରେ ପହଞ୍ଚିଲେନି ୧୦ ବିଧାୟକ
ଏମିତି କହିଲେ ମମତା ବାନାର୍ଜୀ
ପୁଣି ବଢ଼ିଲା ମମତାଙ୍କ ଚିନ୍ତା। ବଙ୍ଗଳା ପରାଜୟ ପରେ ଗଭୀର ଚିନ୍ତାରେ ପଡିଯାଇଛନ୍ତି ମମତା ବାନର୍ଜୀ। ନିଜ ଦଳର ଲୋକ ଦେଲେନି ସାଥ୍। TMC ବୈଠକରେ ପହଞ୍ଚିଲେନି ୧୦ ବିଧାୟକ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ଆତ୍ମସମୀକ୍ଷା ଆରମ୍ଭ ହୋଇଛି। ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ନିଜ କାଳୀଘାଟସ୍ଥିତ ବାସଭବନରେ ଟିଏମସି ବିଧାୟକମାନଙ୍କର ଏକ ବୈଠକ ଡକାଇଥିଲେ, ଯେଉଁଥିରେ ପାର୍ଟିର ୮୦ ଜଣଙ୍କ ମଧ୍ୟରୁ ୭୦ ଜଣ ବିଧାୟକ ପହଞ୍ଚିଥିଲେ ଏବଂ ୧୦ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ। ଯେଉଁ କବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। କଣ ହୋଇଛି, କାହିଁକି ଆସିଲେନି ବିଧାୟକ, କଣ ମମତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି କି ଏଭଳି ଅନେକ ପ୍ରଶ୍ନ।
ମମତା ବାନାର୍ଜୀ କହିଛନ୍ତି ଯେ ଦଳର କିଛି ନିଜ ଲୋକ ହିଁ ତାଙ୍କୁ ଦୁର୍ବଳ କରିଛନ୍ତି। ଜଣେ ବରିଷ୍ଠ ଟିଏମସି (TMC) ନେତାଙ୍କ ଅନୁସାରେ, ମମତା ବୈଠକରେ କହିଛନ୍ତି ଯେ “ଆମର କିଛି ନିଜ ଲୋକ ହିଁ ଆମକୁ କ୍ଷତି ପହଞ୍ଚାଇଛନ୍ତି। ଆମେ ସମସ୍ତ ଅଭିଯୋଗର ଯାଞ୍ଚ କରିବୁ।” ମମତା ବାନାର୍ଜୀ ନିଜ କାଳୀଘାଟ ବାସଭବନରେ ନବନିର୍ବାଚିତ ତୃଣମୂଳ ବିଧାୟକ ଏବଂ ନେତାମାନଙ୍କ ସହ ବୈଠକରେ କରିଛନ୍ତି। ସେପଟେ ଟିଏମସିର ୧୦ ଜଣ ବିଧାୟକଙ୍କ ଅନୁପସ୍ଥିତି ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଓ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ବଙ୍ଗଳା ନିର୍ବାଚନ ହାରିବା ପରେ ଟିଏମସି ବିଧାନସଭା ଭିତରେ ଏବଂ ବାହାରେ ଉଭୟ ମୋର୍ଚ୍ଚାରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଧାୟକମାନଙ୍କର ଏହି ବୈଠକ ରଖିଥିଲା।
ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏହି ୧୦ ଜଣ ବିଧାୟକ ଭିନ୍ନ ଭିନ୍ନ କାରଣ ଯୋଗୁଁ ବୈଠକକୁ ଆସିପାରି ନାହାନ୍ତି। ଟିଏମସି କହିବା ଅନୁଯାୟୀ, କିଛି ବିଧାୟକଙ୍କୁ କର୍ମକର୍ତ୍ତାମାନଙ୍କୁ ସହାୟତା କରିବା ପାଇଁ ନିଜ ନିଜ କ୍ଷେତ୍ରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ କିଛି ବିଧାୟକ ବ୍ୟକ୍ତିଗତ କାରଣ ଓ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆସିପାରି ନାହାନ୍ତି। ଏହିଭଳି ଭାବରେ ଟିଏମସି ପାର୍ଟି ମଧ୍ୟରେ କୌଣସି ପ୍ରକାରର ମତଭେଦ ବା ଅସନ୍ତୋଷ ଥିବା ଖବରକୁ ଖଣ୍ଡନ କରିବାକୁ ଚେଷ୍ଟା କରିଛି।
. ତୃଣମୂଳ କଂଗ୍ରେସ ଦେଲା ସ୍ପଷ୍ଟୀକରଣ:
ବିଧାୟକମାନଙ୍କ ଅନୁପସ୍ଥିତିକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଟିଏମସି କହିଛି ଯେ ଦଳର ୧୦ ଜଣ ବିଧାୟକ ବିଭିନ୍ନ କାରଣରୁ ବୈଠକରେ ପହଞ୍ଚି ନାହାନ୍ତି। ପାର୍ଟି ନେତୃତ୍ୱଙ୍କ ପକ୍ଷରୁ କିଛି ବିଧାୟକଙ୍କୁ ଟିଏମସି କର୍ମକର୍ତ୍ତାଙ୍କ ସାହାଯ୍ୟ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବାକୁ କୁହାଯାଇଥିଲା । କିନ୍ତୁ ଏହା ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି ଯେ, ମମତା ବାନାର୍ଜୀ କିଛି ନା କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories