Mamata Banerjee / ଶେଷରେ ହାର ମାନିଲେ ଦିଦି: Xରୁ ହଟିଗଲା ‘CM’ ଲେଖା...

Key Points
ଶୁଭେନ୍ଦୁଙ୍କ ଶପଥ ପରେ ବଦଳିଗଲା ଦିଦିଙ୍କ Bio ।
Xରୁ ହଟିଗଲା ‘CM’ ଲେଖା...
ଶେଷରେ ହାର ମାନିଲେ ଦିଦି... ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଜ୍ୟରେ କ୍ଷମତା ପରିବର୍ତ୍ତନ ମଧ୍ୟରେ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମ୍ପର୍କରେ ଆଲୋଚନା ଜୋର ଧରିଛି । ପ୍ରକୃତରେ, ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମଧ୍ୟ, ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନିଜକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଉଲ୍ଲେଖ କରିଥିଲେ ।
ଏବେବି ମମତା ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ବୋଲି ଲେଖିଥିଲେ । କିନ୍ତୁ ଶପଥ ଗ୍ରହଣ ଉତ୍ସବ ପରେ, ମମତା ବାନାର୍ଜୀ ତାଙ୍କ ଜୀବନୀରୁ "ମୁଖ୍ୟମନ୍ତ୍ରୀ" ଲେଖା ହଟାଇ ଦେଇଛନ୍ତି । ଏହାକୁ ଦେଖିଲେ ଲାଗୁଛି ଯେ, ଶେଷରେ ମମତା ଦିଦି ହାରିଗଲେ ।
ତାଙ୍କ ପରାଜୟ ପରଠାରୁ, ମମତା ବାନାର୍ଜୀ ନିରନ୍ତର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ଜାଲିଆତି ହୋଇଥିଲା ଏବଂ ତାଙ୍କୁ ପରାସ୍ତ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ।
ବାନାର୍ଜୀ ଲଗାତାର ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନ ନିରପେକ୍ଷ ଭାବରେ ହୋଇନାହିଁ । ତଥାପି, ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ଏହି ଅଭିଯୋଗଗୁଡ଼ିକର ଆନୁଷ୍ଠାନିକ ଭାବରେ ଉତ୍ତର ଦେଇନାହାଁନ୍ତି । କାରଣ ସମସ୍ତେ ଜାଣିଛନ୍ତି ଯେ, ମମତା ନିଜ ପରାସ୍ତକୁ ସହଜରେ ସ୍ବୀକାର କରିପାରୁ ନାହାନ୍ତି । ସେଥିପାଇଁ ଯାହା ମନକୁ ଆସୁଛି କହୁଛନ୍ତି ।
ଏଥିସହ ପଢ଼ନ୍ତୁ: OBCରୁ ଆଦିବେସୀ ନେତା ଯାଏଁ; CM ଶୁଭେନ୍ଦୁଙ୍କ ସହ ୫ ବିଧାୟକ ନେଲେ ଶପଥ
କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ କେ.ଏନ୍ ରବି ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ଶୁଭେନ୍ଦୁଙ୍କ କ୍ୟାବିନେଟ୍ରେ ଜଣେ ମହିଳାଙ୍କ ସମେତ ୨ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି ।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ଏଥର ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେ ଏଥର ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମ ସହ ଭବାନୀପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥର ନନ୍ଦିଗ୍ରାମ ଆସନରୁ ପଶ୍ଚିମବଙ୍ଗ ବିଜେପି ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ପବିତ୍ର କରଙ୍କୁ ୯୬୬୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ୧୫୧୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ।
📱 Get Argus News App
✨Related Topics
Explore more stories