Videos
|
National

ଜଗନ୍ନାଥଙ୍କ ପାଇଁ ଗ୍ୟାସରେ ରୋଷେଇ କରୁଛନ୍ତି ମମତା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜଗନ୍ନାଥଙ୍କ ପାଇଁ ଗ୍ୟାସରେ ରୋଷେଇ କରୁଛନ୍ତି ମମତା

ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ' ମନ୍ଦିରର ନାମ ଜଗନ୍ନାଥ ଧାମ ନାମ ରଖି ବାହାବାହା ମାରୁଥିବା ମମତା ଦିଦିଙ୍କର ଆଉ ଏକ କାରନାମା ସାମ୍ନାକୁ ଆସିଛି। ପୂର୍ବରୁ ଜଗନ୍ନାଥ ଧାମ ନାମ ରଖି ଓଡ଼ିଆଙ୍କ ଭାବନାକୁ କୁଠାରଘାତ କରିଥିବା ଦିଦି ଏବେ ମନ୍ଦିରର ରୋଷ ଶାଳାରେ ଗ୍ୟାସ ବ୍ୟବହାର କରୁଥିବା ନଜର ଆସିଛି। ଦିଦି ମନ୍ଦିରର ପ୍ରସାଦ ଦାୟିତ୍ବ ଇସ୍କନନକୁ ଦେଇଥିବା ବେଳେ ଇସ୍କନ ପକ୍ଷରୁ ଗ୍ୟାସ ଚୁଲ୍ଲାରେ ରୋଷେଇ କରାଯାଉଛି। ଯାହାର ଭିଡିଓ ଏବେ ଶୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନାପସନ୍ଦ କରିଛନ୍ତି ଜଗନ୍ନାଥ ପ୍ରେମୀ।


ଶ୍ରୀକ୍ଷେତ୍ର ସମେତ ଯେଉଁଠିବି ଜଗନ୍ନାଥ ମନ୍ଦିର ରହିଛି, ସେଠାରେ ପ୍ରସାଦ ପାଇଁ କାଠ ଚୁଲି ଓ ମାଟି ପାତ୍ରର ବ୍ୟବହାର ହୋଇଥାଏ। ହେଲେ ଏଠାରେ ପ୍ରସାଦ ଗ୍ୟାସରେ ରୋଷେଇ କରାଯାଉଥିବାରୁ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମହାପ୍ରଭୁଙ୍କର ରୋଷେଇର ସ୍ବତନ୍ତ୍ର ନୀତିନିୟମ ରହିଛି। ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଜଗନ୍ନାଥଙ୍କ ଭୋଗ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ଶଙ୍ଖୁଡ଼ି ଭୋଗ ଏବଂ ଅନ୍ୟଟି ଶୁଖିଲା ଭୋଗ। ସେହିଭଳି ମହାପ୍ରଭୁଙ୍କ ପ୍ରସାଦ ତିଆରିର ସ୍ବତନ୍ତ୍ର ବିଧିବିଧାନ ରହିଛି। ପ୍ରାକୃତିକ ପ୍ରଣାଳୀରେ କାଠ ଚୁଲି ମାଟି ହାଣ୍ଡିରେ ତିଆରି ହୁଏ ମହାପ୍ରସାଦ। ହେଲେ ଦୀଘାରେ ଜଗନ୍ନାଥଙ୍କୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି ମମତା ବାନାର୍ଜୀ। ଦେଶ ବିଦେଶରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଦିଦି ଏହି ଚକ୍ରାନ୍ତ କରିଛନ୍ତି।