Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫେକ୍‌ ଭିଡିଓ ଦେଖି ବେଙ୍ଗଲକୁ ବଦନାମ କରାଯାଉଛି କହିଲେ ମମତା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଫେକ୍‌ ଭିଡିଓ ଦେଖି ବେଙ୍ଗଲକୁ ବଦନାମ କରାଯାଉଛି କହିଲେ ମମତା

ବେଙ୍ଗଲକୁ ବଦନାମ କରାଯାଉଛି । ବେଙ୍ଗଲରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, ୱାକଫ୍ ଆଇନକୁ ନେଇ କିଛି ଘଟଣା ହୋଇଛି । ହିଂସାକୁ ନେଇ ଫେକ୍ ନ୍ୟୁଜ୍ ଚଳାଯାଉଛି । ଅନ୍ୟ ରାଜ୍ୟର ହିଂସା ଭିଡିଓ ଦେଖାଇ ବେଙ୍ଗଲକୁ ବଦନାମ କରାଯାଉଛି । ହିଂସାରେ ତୃଣମୂଳ କଂଗ୍ରେସ ନେତାଙ୍କ ଘର ଉପରେ ବି ଆକ୍ରମଣ ହୋଇଛି । ହିଂସାରେ ତୃଣମୂଳ କଂଗ୍ରେସର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ମମତା ।

ବେଙ୍ଗଲ ହିଂସା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମମତା । ବାଂଲାଦେଶୀ ଆସି ହିଂସା କରୁଥିଲେ । ସେମାନଙ୍କୁ ସୀମାରେ ରୋକାଗଲା ନାହିଁ କାହିଁକି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଇମାମ୍ ମାନଙ୍କ ସହ ଆଲୋଚନା ବେଳେ ମମତା ବାନାର୍ଜୀ ଏ ବୟାନ ଦେଇଛନ୍ତି ।

ସେପଟେ ପଶ୍ଚିମବଙ୍ଗରେ ହିନ୍ଦୁ ସହିଦ ଦିବସ ପାଳୁଛି ବିଜେପି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ସାରା ରାଜ୍ୟରେ ହିନ୍ଦୁ ସହିଦ ଦିବସ ପାଳନ କରାଯାଉଛି । ପୁରା ଘଟଣା ପାଇଁ ମମତା ବାନାର୍ଜୀ ଦାୟୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପଦ ଛାଡ଼ନ୍ତୁ, ଆଉ ସେ ଜେଲ୍ ଯିବା ଦରକାର ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ

ତେବେ ପଶ୍ଚିମବଙ୍ଗ ହିଂସା ପଛରେ ବାଂଲାଦେଶୀଙ୍କ ହାତ । ମୁର୍ଶିଦାବାଦରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପଛରେ ରୋହିଙ୍ଗ୍ୟା ମୁସଲମାନ । ପ୍ରାଥମିକ ଅନୁସନ୍ଧାନରୁ ହିଂସାକାଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପୋଲିସ ଉପସ୍ଥିତିରେ ହିନ୍ଦୁଙ୍କ ଘରେ ନିଆଁ ଲଗାଇବାଠାରୁ ଆରମ୍ଭ କରି ପାଣି ଟାଙ୍କିରେ କଠୋରପନ୍ଥୀ ବିଷ ମିଶାଇବା ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କରିଛନ୍ତି ରିପୋର୍ଟ ତଲବ ।

ଭୋଟବ୍ୟାଙ୍କ ଲୋଭରେ ମମତା ବାନାର୍ଜୀ ରାଜ୍ୟକୁ ଦ୍ବିତୀୟ ବାଂଲାଦେଶରେ ପରିଣତ କରିବାକୁ ଷଡ଼ଯନ୍ତ୍ର ସହ ରାଜ୍ୟ ପୋଲିସକୁ ଅପାରଗ ବନାଇ ରଖିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ହିଂସାକୁ ନେଇ ମମତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata says Bengal is being defamed after seeing fake video | Argus News