Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mamata Banerjee / ହରଡ଼ଘଣାରେ ପଡ଼ିଗଲେ ମମତା, ଖେଳିଲେ ଡବଲ ଗେମ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ହରଡ଼ଘଣାରେ ପଡ଼ିଗଲେ ମମତା, ଖେଳିଲେ ଡବଲ ଗେମ୍‌
Mamata Banerjee

Key Points

କିଛି ଲୋକ 'ବନ୍ଦେ ମାତରମ୍'ରେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ସେମାନେ ବାବ୍ରୀ ମସଜିଦରେ ବିଶ୍ୱାସ କରନ୍ତି ବୋଲି କହି ସେ ମମତାଙ୍କୁ କଟାକ୍ଷ କରିଛନ୍ତି ।

ତ୍ରିଶଙ୍କୁ ମମତା ସରକାର । ସୋମବାର ଖୋଲାଖୋଲି ଜାତୀୟ ସଂଗୀତ 'ବନ୍ଦେ ମାତରମ୍'କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗକୁ ବନ୍ଦେ ମାତରମର ଓ ଜୟ ହିନ୍ଦ୍ ନାରାର ମାଟି କହିବା ସହ ସଂସଦରେ ସ୍ବତନ୍ତ୍ର ବିତର୍କକୁ ସ୍ବାଗତ କରିଛନ୍ତି ମମତା ।

ମମତା ସରକାର ତୁଷ୍ଟିକରଣ ରାଜନୀତି କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦାବିକୁ ଅନ୍ୟାୟ ଭାବରେ ପୂରଣ କରୁଥିବା ବିଜେପି ଅଭିଯୋଗ କରିବା ସହ କୋଲକାତାରେ ବଙ୍କୀମ ଚନ୍ଦ୍ର ସଂଗ୍ରହାଳୟ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛି ବିଜେପି । ଆଗକୁ ନିର୍ବାଚନ ଆସୁଥିବାରୁ ମମତା ବାଧ୍ୟ ହୋଇ ରାଜ୍ୟର ମହାପୁରୁଷଙ୍କ ପ୍ରତି ସମ୍ମାନଜନକ ଭାଷା ବ୍ୟବହାର କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ବିଜେପି ସାଂସଦ ଗିରିରାଜ ସିଂହ ।

କିଛି ଲୋକ 'ବନ୍ଦେ ମାତରମ୍'ରେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ସେମାନେ ବାବ୍ରୀ ମସଜିଦରେ ବିଶ୍ୱାସ କରନ୍ତି ବୋଲି କହି ସେ ମମତାଙ୍କୁ କଟାକ୍ଷ କରିଛନ୍ତି । ପଶ୍ଚିମବଙ୍ଗରେ ବାବ୍ରି ମସଜିତ ବିବାଦ ବଢୁଥିବାରୁ ମମତା ସରକାର ଏବେ ଦୁଇ ଡଙ୍ଗାରେ ପାଦ ଦେଇ ଫସି ଯାଇଛନ୍ତି ବୋଲି କହିଛନ୍ତି ଗିରିରାଜ ସିଂହ ।

ଅନ୍ୟପଟେ ଜାତୀୟ ସଂଗୀତ ବନ୍ଦେ ମାତରମ ପ୍ରତି ହୋଇଥିଲା ବିଶ୍ବାସଘାତ, ସଂଗ୍ରାମୀଙ୍କ ପ୍ରତି କରାଯାଇଥିଲା ଅନ୍ୟାୟ । ଜାତୀୟ ସଂଗୀତକୁ ଅଖଣ୍ଡ ଓ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବା ତତ୍କାଳୀନ କଂଗ୍ରେସ ସରକାରକୁ କାଠଗଡ଼ାକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ସଂଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ସ୍ଵତନ୍ତ୍ର ବିତର୍କରେ ନେହରୁଙ୍କ ଐତିହାସିକ ଅନ୍ୟାୟ ଉପରୁ ପରଦା ହଟାଇଛନ୍ତି ମୋଦି । ଶୀତ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ଉଷ୍ଣ କରିଛି ବନ୍ଦେ ମାତରମ ବିତର୍କ । ଆସନ୍ତାକାଲି ରାଜ୍ୟସଭାରେ ବି ହେବ ବନ୍ଦେ ମାତରମ୍ ବିତର୍କ ।

୧୮୭୫ରୁ ୨୦୨୫ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନ୍ଦେ ମାତରମ୍ । ଜାତୀୟ ସଂଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ହୋଇଛି ସ୍ଵତନ୍ତ୍ର ବିତର୍କ । ଅଭିଭାଷଣରେ ବନ୍ଦେ ମାତରମ୍ ପ୍ରତି ବିଶ୍ୱାସଘାତକତା, ଜାତୀୟ ଏକତାକୁ ପଛରେ ପକାଇ ବ୍ୟକ୍ତିଗତ ସ୍ଵାର୍ଥ ପୂରଣକୁ ପ୍ରାଥମିକତା ଦେଇଥିବା ତତ୍କାଳୀନ କଂଗ୍ରେସ ନେତୃତ୍ବକୁ କାଠଗଡ଼ାକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶକ୍ତି ଓ ସ୍ବରାଜ ଆନ୍ଦୋଳନକୁ ପ୍ରେରଣା ଯୋଗାଇଥିବା ବନ୍ଦେ ମାତରମ ପ୍ରତି ବିଶ୍ବାସଘାତ କରିଥିଲା କଂଗ୍ରେସ ଶାସନ । ଜାତୀୟ ସଂଗୀତ ପ୍ରତି ଅନ୍ୟାୟ କରିଥିଲେ ନେହେରୁ । ଜିନ୍ନାଙ୍କ ଆଗରେ ନେହରୁଙ୍କ ଆତ୍ମସମର୍ପଣ, ଜାତୀୟ ସଂଗୀତକୁ ବିବାଦ ଭିତରକୁ ଟାଣି ନେଇଥିଲା । ୧୯୩୭ରେ ଜିନ୍ନା ବନ୍ଦେ ମାତରମର ଶକ୍ତି ଜାଣି ନେବା ପରେ ଏହାକୁ ବିରୋଧ କରିଥିଲେ । ୧୯୦୫ ବଙ୍ଗ ବିଭାଜନ, ୧୯୪୭ ସ୍ବାଧୀନତା ଆନ୍ଦୋଳନ ସହ ୧୯୭୫ ଜରୁରୀକାଳୀନ ସ୍ଥିତିରେ ସଂଗ୍ରାମୀଙ୍କୁ ଜାତୀୟତାର ଭାବନାରେ ବାନ୍ଧିଥିଲା ବନ୍ଦେ ମାତରମ । ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ ଶହେ ବର୍ଷ ପୂରଣ କରିଥିଲା । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା ବୋଲି କହିଛନ୍ତି ପିଏମ ମୋଦି ।

ଶୀତ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ଉଷ୍ଣ କରିଛି ବନ୍ଦେ ମାତରମ ବିତର୍କ । ଅଭିଭାଷଣରେ ପିଏମ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ବି ଜାତୀୟ ସଂଗୀତକୁ ନେଇ ବ୍ୟାକଫୁଟକୁ ଆସିଛି କଂଗ୍ରେସ । ବନ୍ଦେ ମାତରମ ଚର୍ଚ୍ଚା କରି ସମୟ ନଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mamata Banerjee | Mamata welcomes Modi’s Vande Mataram discussion in Lok Sabha | Argus News