Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତାଙ୍କ ଚିଠି ରାଜନୀତି,ଭୁଲ୍‌ ଲୁଚାଇବାକୁ ଚେଷ୍ଟା!

Sangram Tripathy
Browse all articles by Sangram Tripathy
·1 year ago·2 min read
ମମତାଙ୍କ ଚିଠି ରାଜନୀତି,ଭୁଲ୍‌ ଲୁଚାଇବାକୁ ଚେଷ୍ଟା!


ଅର୍ଗସ ବ୍ୟୁରୋ: ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ,କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଥମୁନି ନ୍ୟାୟ ପାଇଁ ଲଢେଇ। ମାତ୍ର ଏଭଳି ଘଡିସନ୍ଦି ମୁହୁର୍ତ୍ତରେ ଦିଦିଙ୍କୁ ଘାରିଛି ଚିଠି ଲେଖା ଚିନ୍ତା,ପ୍ରଧାନମନ୍ତ୍ରୀଙ୍କୁ ଦ୍ବିତୀୟ ଥର ଲାଗି ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ପାଇଁ  ଦାବି କରିଥିଲେ। ମମତାଙ୍କ ଚିଠିର କଡ଼ା ଜବାବ ଦେଇଛି କେନ୍ଦ୍ର,ଧରାପଡିଛି ମମତାଙ୍କ ଚିଠି ପଛର ରାଜନୀତି,ଭୁଲ୍‌ ଲୁଚାଇବାକୁ କରାଯାଇଛି ଚେଷ୍ଟା। ମମତାଙ୍କ ଚାଲ୍ ଧରାପକାଇ ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ,ଏହି ଚିଠିକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ସେ। ମମତା ନିଜ ରାଜ୍ୟରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ କାର୍ଯ୍ୟକାରିତାରେ ବିଳମ୍ବକୁ ଲୁଚାଇବ ହିଁ ଏହି ଚିଠିର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗ ସରକାର ମହିଳା ଏବଂ ଶିଶୁଙ୍କ ସୁରକ୍ଷା ଦିଗରେ କାହିଁକି ଉଚିତ୍ ପଦକ୍ଷେପ ନେଉନାହାନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ଦିଦିଙ୍କୁ। ପସ୍କୋ ଆକ୍ଟ ମାମଲାର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ବା ଏଫଟିଏସସି ଗଠନ କରାଯାଇଛି।

ପଶ୍ଚିମବଙ୍ଗରେ ୪୮,୬୦୦ ଦୁଷ୍କର୍ମ ଏବଂ ପସ୍କୋ ମାମଲାର ପେଣ୍ଡିଂ ରହିଛି। ଏହା ସତ୍ତ୍ୱେ ରାଜ୍ୟ ଅତିରିକ୍ତ ୧୧ଟି ଏଫଟିଏସସି କାର୍ଯ୍ୟକ୍ଷମ କରିନାହିଁ। ଯାହାକି ରାଜ୍ୟର ଆବଶ୍ୟକତା ଅନୁଯାୟୀ ଉଭୟ ଦୁଷ୍କର୍ମ ଏବଂ ପସ୍କୋ ମାମଲା ବିଚାର କରିବା ପାଇଁ ଆବଶ୍ୟକ ରହିଛି। କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆହୁରୀ ମଧ୍ୟ କହିଛନ୍ତି ମମତା ସରକାର ନିଜ ଭୁଲ୍‌ ଲୁଚାଇବାକୁ ଚେଷ୍ଟା କରୁଛି।  ଚିଠିରେ ଦିଆଯାଇଥିବା ତଥ୍ୟ ବାସ୍ତବରେ ଭୁଲ୍ ବୋଲି କହିଛନ୍ତି। ବିଜେପି ନେତା କହିଛନ୍ତି ମମତା ଚିଠି ଲେଖିବା ବନ୍ଦ କରନ୍ତୁ,ରାଜ୍ୟରେ ମହିଳା ସୁରକ୍ଷା ପାଇଁ ସେ କାହିଁକି ପଦକ୍ଷେପ ନେଇନାହାନ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ। ଅନ୍ୟପଟେ ପଶ୍ଚିମବଙ୍ଗ,କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଅଗଷ୍ଟ ୨୭ରେ ଛାତ୍ର ସଙ୍ଗଠନ ନବାନ୍ନ ଘେରାଉ କରିବା ସହ ମହାବିକ୍ଷୋଭ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ମଧ୍ୟ ଦାବିକରିଥିଲେ, ମାତ୍ର ପୋଲିସର ମାତ୍ରାଧିକକାର୍ଯ୍ୟାନୁଷ୍ଠାନ ରାଜ୍ୟସରକାରଙ୍କ ଅଡୁଆ

ବଢାଇଛି,ବିକ୍ଷୋଭକାରୀଙ୍କଉପରେ ନିର୍ମମ ଆକ୍ରମଣ ସମ୍ପର୍କରେ ଜାତୀୟ ମାନବାଧିକାର ଆୟୋଗକୋଲକାତା ପୋଲିସକୁ ନୋଟିସ୍ ଜାରି କରିବା ସହ୧୪ ଦିନରେ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ପୁଣି କିଛି ଦିନ ପୂର୍ବରୁ ଏକ ଭିଡିଓରେ ମମତା କହିଥିଲେ ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ସାଧାରଣରେ ପ୍ରଶ୍ନ ଉଠିଛି ଏହା ମାଧ୍ୟମରେ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଦିଦି,ମମତା ଦିଦିଙ୍କ ଏ ସବୁ କାରନାମା ଯିଏ ଶୁଣୁଛି ସେ କହୁଛି ମିଛେଇ ଦିଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Mamata's letter politics, try to hide mistakes! | Argus News