ମମତାଙ୍କ ଚୌକି ଚିନ୍ତା,ଡେରିରେ ପଶିଲା ଚେତା!

ଅର୍ଗସ ବ୍ୟୁରୋ:ଗାଦି ଟଳମଳ ଦିଦି ଅସମ୍ଭାଳ। ଚାଲିଯିବନି ତ କ୍ଷମତା,ଦିଦିଙ୍କୁ ଘାରିଛି ଚୌକି ଚିନ୍ତା। ଇଏ ଡ଼ର ନୁହେଁ ତ ଆଉ କଣ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସରୁନି ନ୍ୟାୟ ପାଇଁ ଲଢେଇ,ସ୍ଥିତି ଏମିତି ହେଲାଣି ସାଧାରଣ ଲୋକ ମଧ୍ୟ ରାଜରାସ୍ତାକୁ ଆସିଛନ୍ତି, ମମତା ସରକାରଙ୍କ ବିରୋଧି ସ୍ବର ତୀବ୍ର ହୋଇଛି। କିଛି ଦିନ ପୂର୍ବରୁ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ୩୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଗଷ୍ଟ ୨୭ରେ ନବାନ୍ନ ଘେରାଉ କରିବା ସହ ମହାବିକ୍ଷୋଭ କରିଥିଲେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ମଧ୍ୟ ଜୋରଧରିଥିଲା। ପୂର୍ବରୁ ଏତେ ସଂଖ୍ୟକ ଲୋକ କେବେ ଦିଦିଙ୍କ ସରକାରୀଙ୍କ ବିରୋଧି ସ୍ବର ଉଠାଇନଥିଲେ ।
ଅନ୍ୟପଟେ କୋଲକାତା ଘଟଣାରେ ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ଏହି ଘଟଣା ଘଟିବାର କିଛି ଦିନ ପରେ ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍କୋର୍ଟ। ଚର୍ଚ୍ଚା ହେଉଛି ମୁଖ୍ୟ ଅଭିୟୁକ୍ତ ସଞ୍ଜୟ ସହ କୁଆଡେ ରହିଛି ଟିଏମସି ଲିଙ୍କ୍ । କିନ୍ତୁ ଏଯାଏ ଥମିନି ନ୍ୟାୟ ପାଇଁ ଲଢେଇ । ସାଧାରଣଲୋକଙ୍କ ଠୁ ବିରୋଧିଯାଏ,କୋଲକାତାରୁ ଦିଲ୍ଲୀ ଯାଏ ସବୁଠି ଟିଏମସି ସରକାରଙ୍କୁ ବିରୋଧ ଦେଖି, ପ୍ରବଳ ଚାପରେ ଅଣନିଶ୍ଵାସୀ ହୋଇଗଲେଣି ଦିଦି।
ଦିଦିଙ୍କ ଚୌକି ପଳାଉଥିବା ଡର ତାଙ୍କୁ ଏମିତି ଘାରିଲାଣି ଯେ,ଏବେ ଦୁଷ୍କର୍ମ ବିରୋଧରେ ସ୍ବତନ୍ତ୍ର ଅଧିବେଶନରେ ନୂଆ ଆଇନ ଆଣିବାକୁ ଯାଉଛନ୍ତି ଦିଦି । ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡ,ବିଲ୍ ପାରିତ ପାଇଁ ସ୍ବତନ୍ତ୍ର ଅଧିବେଶନ କୁଆଡେ ଡାକିବେ ଦିଦି,ବିରୋଧି ମଧ୍ୟ ଏଥିରେ କରିପାରନ୍ତି ସମର୍ଥନ। କିନ୍ତୁ ସାଧାରଣରେ ପ୍ରଶ୍ନ,ଏ ଯାଏ ଶୋଇଥିଲେ କି ମମତା,ନା କ୍ଷମତା ଚାଲିଯିବା ଡ଼ରରେ ଭାଙ୍ଗିଗଲା ଦିଦିଙ୍କ ନିଦ,ଅଛିକି ମୁଖ୍ୟ ଅଭିଯୁକ୍ତ ସଞ୍ଜୟଙ୍କ ସହ ଟିଏମସିର ଲିଙ୍କ୍ ।
📱 Get Argus News App
✨କେବେ ସେତିକି ନୁହେଁ,ଦିନକେଇଟା ପୂର୍ବରୁ ମମତାଙ୍କ ଚିଠି ରାଜନୀତି ମିଛ ଧରାପଡିଥିଲା। । ମମତାଙ୍କ ଚାଲ୍ ଧରାପକାଇ ଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ,ଏହି ଚିଠିକୁ ଭୁଲ୍ ବୋଲି ଦର୍ଶାଇଥିଲେ ସେ। ମମତା ନିଜ ରାଜ୍ୟରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ କାର୍ଯ୍ୟକାରିତାରେ ବିଳମ୍ବକୁ ଲୁଚାଇୋ ହିଁ ଏହି ଚିଠିର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗ ସରକାର
ମହିଳା ଏବଂ ଶିଶୁଙ୍କ ସୁରକ୍ଷା ଦିଗରେ କାହିଁକି ଉଚିତ୍ ପଦକ୍ଷେପ ନେଉନାହାନ୍ତି ବୋଲି କହି ଦିଦିଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ । କାହିଁକି ମିଛେଇ ହେଉଛନ୍ତି ଦିଦି,କେବେ ବନ୍ଦ କରିବେ କୁମ୍ଭୀର କାନ୍ଦଣା। କେବେ ମମତା ଉଦୟ ହେବ ଜ୍ଞାନ,ନଚେତ ଯଦି ଟିଏମସି ସରକାର ଆର ଜି କର ମେଡିକାଲ କଲେଜ ଦୁଷ୍କର୍ମ ମାମଲାରେ ଟିଏମସିର ସପୃକ୍ତି ଥାଏ ତାହେଲେ ଦିଦିଙ୍କୁ ଗାଦିରୁ ଗଡ଼ିବାକୁ କେହି ରକ୍ଷାକରିପାରିବେନି। କେବେ ସତ ଆସିବ ସାମ୍ନାକୁ,ରାଜନୀତିର ଛକିଶୂନ୍ ଭିତରେ କେବେ ମିଳିବ ନ୍ୟାୟ