Videos
|
National

ହୋର୍ଡିଂ କମ୍ପାନୀର ମାଲିକ ରିରଫ

Rashmita Mishra
Browse all articles by Rashmita Mishra
·2 years ago·1 min read
ହୋର୍ଡିଂ  କମ୍ପାନୀର ମାଲିକ ରିରଫ

ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳେ ଆଶ୍ରୟ ନେଇଥିବା ଅନେକ ଲୋକ ତା ତଳେ ରହି ଯାଇଥିଲେ । ଅନେକ କାର ମଧ୍ୟ ତା ତଳେ ଚାପି  ହୋଇ ଯାଇଥିଲା ।

ବିଲବୋର୍ଡ ପଡିବା ପଛରେ ଥିବା ବ୍ୟକ୍ତି ଙ୍କୁ ଉଦୟପୁରରୁ ଗିରଫ କରି ମୁମ୍ବାଇକୁ ଅଣାଯାଇଥିଲା । ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ମାଲିକ ଭବଶ ଭଣ୍ଡେଙ୍କୁ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଏକ ବଡ ସର୍ଚ ପରେ ପରେ ଗିରଫ କରିଥିଲା ମୁମ୍ବାଇର ଘାଟକୋପରରେ ଭୁଶୁଡ଼ି ପଡ଼ିଥିବା ବିଲବୋର୍ଡ ବସାଇବା ପାଇଁ କମ୍ପାନୀ ଦାୟୀ ଥିବା ନେଇ କୁହାଯାଉଛି । 

ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବଶ ଭଣ୍ଡେଙ୍କୁ ଗତକାଲି ରାତିରେ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇ ଆଜି ସକାଳେ ମୁମ୍ବାଇ ଅଣାଯାଇଥିଲା ଯେଉଁଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ମାଲିକ ଶ୍ରୀ ଭଣ୍ଡେଙ୍କୁ ମୁମ୍ବାଇ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଏକ ବଡ଼ ଧରଣର ତଦନ୍ତ ପରେ ଗିରଫ କରିଥିଲା।କୋର୍ଟରେ ହାଜର କରି ତଦନ୍ତ ଅଧିକ ତଦନ୍ତ ଜାରି ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: