Viral Video / ଛାଡପତ୍ର ପରେ କେକ୍ କାଟିଲେ, ପୂର୍ବତନ ପତ୍ନୀଙ୍କୁ ଦେଲେ ଦାମୀ ଉପହାର

Key Points
ଛାଡପତ୍ର ପରେ କ୍ଷୀରରେ ଗାଧୋଇଲେ
ପୂର୍ବତନ ପତ୍ନୀଙ୍କୁ ଦାମୀ ଉପହାର ଦେଲେ
ନିଆରା ଢଙ୍ଗରେ ପାଳିଲେ ଛାଡପତ୍ର
ବ୍ରେକ୍ଅପ୍ କିମ୍ବା ଡିଭୋର୍ସ ହେଲେ ଅନେକ ଜଣ ଡିପ୍ରେସନରେ ରହିଥାନ୍ତି । ଅନେକ ମାସ ଧରି ଟ୍ରମାରେ ରହିଥାନ୍ତି । ହେଲେ ଡିଭୋର୍ସ ପରେ ଖୁସି ମନାଇବା ସହ କେକ୍ କାଟିଛନ୍ତି ଜଣେ ବ୍ୟକ୍ତି । ପୁଣି ପତ୍ନୀଙ୍କୁ ଦେଇଛନ୍ତି ୧୮ ଲକ୍ଷ ଟଙ୍କା ସହ ୧୨୦ ଗ୍ରାମର ସୁନା । ଏମିତି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭାରତରେ ଏବେ ଅନେକ ଛାଡପତ୍ର ମାମଲା ସାମ୍ନାକୁ ଆସୁଛି । କିଛି ଦମ୍ପତ୍ତି ଛାଡପତ୍ର ପାଇବା ପରେ ଏକପ୍ରକାର ନିଃସହାୟ ଜୀବନ ବିତାଉଛନ୍ତି । ଆଉ କିଛିଜଣଙ୍କୁ ଛାଡପତ୍ର ଭଳି ଦୁଃଖଦାୟକ ଜିନିଷରୁ ବାହାରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଏ । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବ୍ୟକ୍ତି ଜଣକ ନିଜର ଛାଡପତ୍ରକୁ ନିଆରା ଢଙ୍ଗରେ ପାଳିଛନ୍ତି । ନିଜର ସିଙ୍ଗଲ ଲାଇଫକୁ ସେଲିବ୍ରେଟ କରିବାକୁ ଏପରି କରିଥିବା ସେ ସୋସିଆଲ ମିଡିଆରେ ଲେଖିଛନ୍ତି ।
ପ୍ରଥମେ ତାଙ୍କ ମାଆ ତାଙ୍କୁ କ୍ଷୀରରେ ଗାଧୋଇ ସୁଦ୍ଧି କରାଇଥିଲେ । ଯାହାକୁ ହିନ୍ଦୁ ପରମ୍ପରାରେ ଅଭିଷେକ ବୋଲି କୁହାଯାଏ । ଏକ ନୂଆ ଜୀବନ ଆରମ୍ଭ କରିବା ଉଦ୍ଦେଶ୍ୟରେ ଏପରି କରିଥିଲେ ସେହି ବ୍ୟକ୍ତିଙ୍କ ମାଆ । ପରେ ସେହି ବ୍ୟକ୍ତିଜଣକ ଏକ କେକ୍ କାଟିଥିଲେ, ଯେଉଁଥିରେ 'ହାପି ଡିଭୋର୍ସ' ବୋଲି ଲେଖାଯାଇଥିଲା ।
ଭିଡିଓ ସହ ବ୍ୟକ୍ତିଜଣକ ନିଜ ପୋଷ୍ଟରେ ଲେଖିଛନ୍ତି, 'ସବୁବେଳେ ଖୁସିରେ ରୁହ , ଡିପ୍ରେସନରେ ରୁହ ନାହିଁ । ୧୨୦ ଗ୍ରାମ ସୁନା, ୧୮ ଲକ୍ଷ ଟଙ୍କା ନେଇନାହିଁ ବରଂ ଦେଇଛି । ଏକା ଅଛି, ଖୁସି ଅଛି ଆଉ ସ୍ଵାଧୀନ ଅଛି । ମୋ ଜୀବନ, ମୋ ନିୟମ " ।
📱 Get Argus News App
✨ଅଧିକ ପଢନ୍ତୁ : ବିଜୟଙ୍କ ଭୟାନକ ଆକ୍ସିଡେଣ୍ଟ, ମୁଣ୍ଡରେ ଲାଗିଛି ଗଭୀର ଆଘାତ
ସେହି ବ୍ୟକ୍ତିଙ୍କ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ସମସ୍ତେ ସମ୍ମାନର ସହ ଡିଭୋର୍ସ ନେଇଥିବା ବ୍ୟକ୍ତି ବୋଲି କହିଛନ୍ତି । ତେବେ ଛାଡପତ୍ର ପରେ ସେ ନିଜ ପୂର୍ବତନ ପତ୍ନୀଙ୍କୁ ୧୮ ଲକ୍ଷ ଟଙ୍କା ସହ ୧୨୦ ଗ୍ରାମର ସୁନା ଦେଇଛନ୍ତି ।
ଭିଡିଓକୁ ନେଇ ଅନେକ ୟୁଜର୍ସ ତାଙ୍କ ସପକ୍ଷରେ କହୁଥିବା ବେଳେ ଅନେକ ଜଣ ତାଙ୍କ ବିପକ୍ଷରେ ମଧ୍ୟ ମତ ଦେଇଛନ୍ତି । କିଛିଜଣ ୟୁଜର୍ସ ଲେଖିଛନ୍ତି, ତାଙ୍କର ପୂର୍ବତନ ପତ୍ନୀ ଏପରି ସ୍ଥାନରୁ ବାହାରି ଏବେ ଖୁସି ଥିବେ ।
ଆଉ କିଛିଜଣ ସେହି ବ୍ୟକ୍ତିଙ୍କୁ ସପୋର୍ଟ କରି ଲେଖିଛନ୍ତି, ଡିଭୋର୍ସକୁ ଦୁଃଖରେ ନୁହେଁ, ବରଂ ଏହିଭଳି ସେଲିବ୍ରେଟ କରିବା ଦରକାର । ଗତ କିଛି ବର୍ଷ ତଳେ ମଧ୍ୟ ଡିଭୋର୍ସକୁ ସେଲିବ୍ରେଟ କରିବାର କିଛି ଫଟୋସୁଟ୍ ଏବଂ ମେହେନ୍ଦୀ ବେଶ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଜଣେ ମହିଳା ନିଜର ଡିଭୋର୍ସ ଫଟୋସୁଟ୍ କରିଥିବା ବେଳେ ଅନ୍ୟଜଣେ ହାତରେ ଡିଭୋର୍ସର ମେହେନ୍ଦୀ କରିଥିଲେ ।
Related Topics
Explore more stories