Videos
|
National

ଆମ୍ବୁଲାନ୍ସରେ ଯାଉଥିବା ଶବ ହଠାତ ଉଠିଲା, ଆଉ ତା' ପରେ ...

Manini Pattanayak
Browse all articles by Manini Pattanayak
·2 years ago·1 min read
ଆମ୍ବୁଲାନ୍ସରେ ଯାଉଥିବା ଶବ ହଠାତ ଉଠିଲା, ଆଉ ତା' ପରେ ...

ନୂଆଦିଲ୍ଲୀ: ଖାଲରେ ପଡି ମୃତ ବ୍ୟକ୍ତି ପୁଣି ଜୀବିତ ହେଲେ।  ସାଧାରଣତଃ  ରାସ୍ତାରେ ଥିବା ଖାଲ ଯୋଗୁଁ ଲୋକଙ୍କ ଜୀବନ ଚାଲିଯାଇଥାଏ। କିନ୍ତୁ ସେଇ ଖାଲ ଜଣେ ମୃତ ବ୍ୟକ୍ତିଙ୍କ ପାଇଁ ବରଦାନ ପାଲଟିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ।  ଜଣେ ମୃତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ରେ ପରିବାର ଲୋକେ  ନେଉଥିଲେ ସ୍ମଶାନକୁ ।  ଆମ୍ବୁଲାନ୍ସଟି ହଠାତ୍‌ ଏକ ଖାଲରେ ଧଡ କରି ପଡିଗଲା।  ଯାହାଦ୍ୱାରା ମୃତ ୮୦ ବର୍ଷୀୟ ବୃଦ୍ଧ ଜଣଙ୍କ  ଶରୀରକୁ ଏକ ଝଟକା ଲାଗିଲା ସେଇ ଝଟକା  ବୃଦ୍ଧଙ୍କୁ ଦେଲା ନୂଆ ଜୀବନ।  

ଘଟଣାଟି ଥିଲା ଏହି ପ୍ରକାର

ହରିୟାଣାର ୮୦ ବର୍ଷୀୟ ବୃଦ୍ଧ  ଦର୍ଶନ ସିଂହଙ୍କ ଦେହ ହଠାତ ଖରାପ ହେବା ଯୋଗୁଁ ପରିବାର ଲୋକେ ହସ୍ପିଟାଲରେ  ଭର୍ତ୍ତି କରିଥିଲେ। ସେଠାରେ  ତାଙ୍କୁ ୪ ଦିନ ଭେଣ୍ଟିଲେଟରେ  ରଖିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ  ଆମ୍ବୁଲାନ୍ସ ଯୋଗେ  ନିସିଙ୍ଗ ନିଆଯାଉଥିଲା। ଯିବା ସମୟରେ ଏ ଖାଲରେ ଆମ୍ବୁଲାନ୍ସଟି ପଡିଯାିଥିଲା ।  ଖାଲରେ ପଡିବା କ୍ଷଣି ମୃତ ବୃଦ୍ଧ  ହାତ ହଲେଇବାର ଦେଖିଥିଲେ ପାଖରେ ବସିଥିବା ନାତି।  ତୁରନ୍ତ  ନିକଟସ୍ଥ ହସ୍ପିିଟାଲକୁ ନେଇଯାଇଥିଲେ। ଡାକ୍ତର କହିଲେ ସେ ଜୀବିତ ଅଛନ୍ତି। ପରେ ତାଙ୍କୁ ନିସିଙ୍ଗର ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଇଥିଲା।  ଏବେ ବୃଦ୍ଧଙ୍କ  ଚିକିତ୍ସା ଜାରି ରହିଛି।  

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: