Cruelty / ଏ ମଣିଷ ପାଗଳ ନା କ'ଣ, ଏମିତି କିଏ କରେ ? ଜାଣନ୍ତୁ ପୁରା କାହାଣୀ...

Key Points
ବିଭିନ୍ନ ପଶୁ ପ୍ରେମୀ ଏହି ଭିଡିଓ ଦେଖିବା ପାରେ ଥାନାରେ ପହଞ୍ଚିଥିଲେ । ସେଠାରେ ସେହି ନିଷ୍ଠୁର ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
କେତେ ନିଷ୍ଠୁର ହୋଇପାରେ ଏ ମଣିଷ । ଏହି ଖବର ଏମିତି ଏକ ମଣିଷର ପ୍ରକୃତି ବିଷୟରେ ରହିଛି, ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ମୁମ୍ବାଇ ଉପକଣ୍ଠରେ ଥିବା ମୁମ୍ବାରା ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ ବୁଲା କୁକୁରକୁ ମାରିବା ପରେ ତାର ଆଖି ତାଡ଼ି ଦେଇଛି । ତାପରେ ସେହି ଆଖିରେ ସେ ରାସ୍ତା ମଝିରେ ଖେଳୁଛି ।
ପୋଲିସର ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ବ୍ୟକ୍ତି ଜଣକ ପ୍ରଥମେ ବୁଲା କୁକୁରଙ୍କ ଉପରେ ଆକ୍ରମଣ କରିଥିଲା । ତାପରେ ଗୋଟିଏ କୁକୁରକୁ ମାରି ତାର ଆଖି ତାଡ଼ି ସେଥିରେ ଖେଳୁଥିଲା । ଏନେଇ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଦେଖିଥିଲେ । ତାପରେ ପୋଲିସକୁ ସୂଚନା ଦେଇଥିଲେ ।
ଏହି ଘଟଣାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣକ ରାସ୍ତା କଡ଼ରେ ଅତି ସାଧାରଣ ଭାବେ ବସିଛନ୍ତି । କୁକୁରର ମୃତଦେହ ତାଙ୍କ ସାଇଡ୍ରେ ପଡ଼ି ରହିଛି । ଆଉ ସେ କୁକୁରର ଆଖି ସହ ଖେଳୁଛି ।
ବିଭିନ୍ନ ପଶୁ ପ୍ରେମୀ ଏହି ଭିଡିଓ ଦେଖିବା ପାରେ ଥାନାରେ ପହଞ୍ଚିଥିଲେ । ସେଠାରେ ସେହି ନିଷ୍ଠୁର ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଏହି ଘଟଣାରେ ଧାରା ୩୨୫ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି । ଏହାସହ ପଶୁଙ୍କ ପ୍ରତି ନିଷ୍ଠୁରତା ଦେଖାଇଥିବାରୁ ମଧ୍ୟ ମାମଲା ଦାଏର ହୋଇଛି ।
📱 Get Argus News App
✨Related Topics
Explore more stories