Videos
|
National

Shocking Wedding / 'ଆମେ ଖୁସିରେ ଅଛୁ, ଟ୍ରୋଲ୍ କରନ୍ତୁ ନାହିଁ'... ତିନି ଭଉଣୀଙ୍କୁ ବିବାହ କରିଲେ ଜଣେ ଯୁବକ

Ritu Das
Browse all articles by Ritu Das
·2 weeks ago·2 min read
'ଆମେ ଖୁସିରେ ଅଛୁ, ଟ୍ରୋଲ୍ କରନ୍ତୁ ନାହିଁ'... ତିନି ଭଉଣୀଙ୍କୁ ବିବାହ କରିଲେ ଜଣେ ଯୁବକ
India

Key Points

ତିନି ଭଉଣୀକୁ ଗୋଟିଏ ବର
କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକଦମ ସତ
ତିନି ଭଉଣୀଙ୍କୁ ଜଣେ ଯୁବକ ବିବାହ କରିଛନ୍ତି 
ତିନି ଭଉଣୀକୁ ଗୋଟିଏ ବର। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକଦମ ସତ। ତିନି ଭଉଣୀଙ୍କୁ ଜଣେ ଯୁବକ ବିବାହ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବୁଧବାର ଏହି ଭିଡିଓଟି ନିଆଁ ଭଳି ବ୍ୟାପିବାରେ ଲାଗିଥିଲା। ଯାହାକୁ ଲୋକମାନେ କେବଳ ରିଲ୍ସ ବନାଇବାକୁ ପାଇଁ କରାଯାଇଥିବା ଦାବି କରିଥିଲେ। ମାତ୍ର ପରେ କ୍ୟାମେରା ସାମ୍ନାକୁ ଆସି ଏହା ସତ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଅଧିକ ବଢ଼ିଯାଇଛି। 

ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଖବର । ବିକାଶ ନାମକ ଯୁବକ ରମେଶଙ୍କ ତିନି ଝିଅ ସରୋଜ(୨୦), ସାବିତ୍ରୀ(୧୯) ଏବଂ ସନ୍ତୋଷ(୧୮)ଙ୍କୁ ବିବାହ କରିଛନ୍ତି । ତେବେ ତିନି ଭଉଣୀଙ୍କୁ ବିକାଶ ବିବାହ କରିଥିବାବେଳେ ତାଙ୍କ ସୋସିଆଲ ମିଡିଆରେ ଏବେ ଟ୍ରୋଲ୍ କରାଯାଇଛି । ଏହାସହ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଏହି ଚାରିଜଣ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଫଲୋର୍ସଙ୍କୁ ନିଜର ମନର କଥା କହିଛନ୍ତି।

ତିନି ଭଉଣୀ କହିଛନ୍ତି କି, ଆମେ ନିଜ ଇଛାରେ ବିକାଶଙ୍କୁ ବାହା ହୋଇଛୁ। ଆମେ ବେଶ ଖୁସିରେ ଅଛୁ। ଆମ ପରିବାର ଏହାକୁ କୌଣସି ବିରୋଧ କରୁନାହାନ୍ତି । ସମସ୍ତେ ଏହି ବିବାହରେ ବେଶ ଖୁସି ଅଛନ୍ତି । ଦୟାକରି ଆମକୁ କେହି ଟ୍ରୋଲ୍ କରନ୍ତୁ ନାହିଁ। ଏଭଳି ଭିଡିଓ ପୋଷ୍ଟ କରିଛନ୍ତି । ସେପଟେ ଏବେ ମଧ୍ୟ ଅନେକ ଏହାକୁ କେବଳ ଏକ ରିଲ୍ସ ଏବଂ ଭିୟ୍ୟୁ ପାଇଁ ବନାଯାଇଥିବା ଦାବି କରୁଛନ୍ତି। କାରଣ ବିବାହ ସମୟରେ ଫଟୋରେ ପୂଜକ ନାହାନ୍ତି। ଏହାସହ ଏଭଳି ଏକ ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବିରୋଧ କରୁଥିବାବେଳେ ଅନେକ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଝିଅଙ୍କ ସଂଖ୍ୟା କମ୍ ଥିବାବେଳେ ଏଭଳି ନିଷ୍ପତ୍ତିକୁ ଟ୍ରୋଲ୍ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Man Marries Three Sisters, Viral Video Sparks Massive Online Debate Today | Argus News