Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Fake Scientist Arrested In Mumbai / ବୈଜ୍ଞାନିକ କହି ଫିଲ୍ମ ଷ୍ଟାଇଲ୍‌ରେ ବଡ଼ କମ୍ପାନୀ ସହ କରୁଥିଳା ଡିଲ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବୈଜ୍ଞାନିକ କହି ଫିଲ୍ମ ଷ୍ଟାଇଲ୍‌ରେ ବଡ଼ କମ୍ପାନୀ ସହ କରୁଥିଳା ଡିଲ...

Key Points

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ଜଣେ ବୈଜ୍ଞାନିକ ଭାବରେ ନିଜକୁ ପରିଚୟ ଦେଇ ପ୍ରଭାବଶାଳୀ ବ୍ୟକ୍ତି ଏବଂ ପ୍ରତିଷ୍ଠାନକୁ ଠକି ଆସୁଛି।

ନକଲି ବୈଜ୍ଞାନିକ ଗିରଫ । ମୁମ୍ବାଇ ପୋଲିସର କ୍ରାଇମ୍ ଇଣ୍ଟେଲିଜେନ୍ସ ୟୁନିଟ୍ (CIU) ଏକ ବଡ଼ ଠକେଇର ପର୍ଦ୍ଦାଫାସ କରିଛି । ୬୦ ବର୍ଷୀୟ ଅଖତାର ହୁସେନ କୁତୁବୁଦ୍ଦିନ ଅହମ୍ମଦକୁ ଗିରଫ କରିଛି । ଅଭିଯୁକ୍ତ ଭାଭା ଆଟମିକ୍ ରିସର୍ଚ୍ଚ ସେଣ୍ଟର (BARC)ର ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା। ପୋଲିସ କହିଛି ଯେ ଅହମ୍ମଦଠାରୁ ଏକ ନକଲି ପରିଚୟପତ୍ର ଜବତ ହୋଇଛି, ଯାହା ଅସଲି BARC ପରିଚୟପତ୍ର ସହିତ ପ୍ରାୟତଃ ମେଳ ଖାଉଥିଲା ।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ BARC ନାମରେ ଅନେକ ନକଲି ଡକ୍ୟୁମେଣ୍ଟ ଏବଂ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲା। ଏହି ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ସେ ଘରୋଇ ଅପରେଟରମାନଙ୍କ ସହିତ ଆର୍ଥିକ କାରବାର କରିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ଜଣେ ବୈଜ୍ଞାନିକ ଭାବରେ ନିଜକୁ ପରିଚୟ ଦେଇ ପ୍ରଭାବଶାଳୀ ବ୍ୟକ୍ତି ଏବଂ ପ୍ରତିଷ୍ଠାନକୁ ଠକି ଆସୁଛି।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ମୁମ୍ବାଇ ପୋଲିସ ଅହମ୍ମଦକୁ କୋର୍ଟରେ ହାଜର କରିଥିଲା, ତାପରେ ତାକୁ ତିନି ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଅନେକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି ତଦନ୍ତରେ ସାମିଲ ହୋଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ଟିମ୍‌ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ରହିଛି ଏବଂ ଅହମ୍ମଦକୁ ନିରନ୍ତର ପଚରାଉଚରା କରୁଛି।

ଏହି ସମୟରେ, କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ମଧ୍ୟ ତଦନ୍ତ କରୁଛନ୍ତି ଯେ ଅହମ୍ମଦ କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସଂଗଠନକୁ ସମ୍ବେଦନଶୀଳ ଜାତୀୟ ସୂଚନା ବିକ୍ରି କରିଛି କି ନାହିଁ। ପୋଲିସ ଏବେ ତାର ବିଦେଶ ଯାତ୍ରା ଏବଂ ତା'ସହିତ ଜଡିତ ଥିବା ଲୋକଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ଅଧିକାରୀମାନେ କହିଛନ୍ତି ଯେ ଏହି ଠକେଇ ପଛରେ କୌଣସି ବଡ଼ ନେଟୱାର୍କ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି । ବିଭିନ୍ନ ଦିଗରୁ ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ସଂଗ୍ରହ କରୁଛି । ଅଭିଯୁକ୍ତର ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଉଛି । ଅନ୍ୟପଟେ ତାର ଆର୍ଥିକ କାରବାର ଉପରେ ଅଧିକ ଫୋକସ୍‌ କରିଛି ତଦନ୍ତକାରୀ ସଂସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fake Scientist Arrested In Mumbai | Man Posing As Scientist At Atomic Research Body Caught | Argus News