Videos
|
National

୯ ବର୍ଷରେ ୨୦ଟି ବିବାହ, ବିଧବାମାନଙ୍କୁ ଟାର୍ଗେଟ

Manini Pattanayak
Browse all articles by Manini Pattanayak
·2 years ago·1 min read
୯ ବର୍ଷରେ ୨୦ଟି ବିବାହ, ବିଧବାମାନଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ: ୯ ବର୍ଷ ରେ  ୨୦ଟି ବିବାହ.. ସେ ପୁଣି ବିଧବା ମାନଙ୍କୁ ଟାର୍ଗେଟ। କେମିତି  ଜାଲରେ ଫସାଇବ ତାର ଯୋଜନା ମଧ୍ୟ ଥାଏ ଫିରୋଜ ପାଖେ।  ପ୍ରଥମେ ବିଧବା ମହିଳାଙ୍କ ସହ ଅନଲାଇନ୍‌ ଚାଟ କରି ଫ୍ରେଣ୍ଡସିପ୍‌ କରିଥାଏ  ଆଉ ତାପରେ ବିବାହ। ବିବହା ପରେ ବିଭିନ୍ନ ବାହାନା ଦେଖାଇ ମହିଳାଙ୍କୁ ଛାଡି ଦେଇଥାଏ ଫିରୋଜ ।   ଏହିପରି ଫିରୋଜର ପ୍ରେମ ଜାଲରେ ଜଣେ ନୁହେଁ ୨୦ ଜଣ ମହିଳା ପଡିଥିଲେ।  ତେବେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଧୋକା ଦେଉଥିବା ବ୍ୟକ୍ତି ଫିରୋଜ ନିୟାଜ ସେଖ୍‌ ମହାରାଷ୍ଟ୍ରର ବାସିନ୍ଦା।  ୨୦ ଜଣ ମହିଳାଙ୍କୁ ଏପରି ବିବାହ କରି ଧୋକା ଦେଇଛି ଫିରୋଜ।  ଏହ ୨୦ ଜଣ ମହିଳାଙ୍କ ମଧ୍ୟରେ ଜଣେ ପୋଲିସ୍‌ ରେ ଆସି ଅଭିଯୋଗ କଲା ପରେ ଫିରୋଜର କଳାକାରନାମାର ପର୍ଦ୍ଦାଫାସ୍‌ ହୋଇଛି। 

ନଲା ସପୋରାର ଜଣେ ମହିଳା ଫିରୋଜଙ୍କ ନାଁରେ ଫାଲଘର ପୋଲିସ୍‌ ରେ ଏଫଆଇଆର ଦେଲା ପରେ କାର୍ଯ୍ୟାନୁଷ୍ଠାନ ନେଇ ଫିରୋଜକୁ ଗିରଫ କରାଯାଇଥିଲା।  ମହିଳା ଜଣଙ୍କ ଅଭିଯୋଗ ଥିଲା ଯେ,  ଫିରୋଜ ଏକ ମାଟ୍ରିମୋନି ସାଇଟ୍‌ରେ  ତାଙ୍କ ସହ ବନ୍ଧୁତା କରିଥିଲା। ଆଉ ପରେ ବିବାହ କରିଥିଲା। ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ  ୨୦୨୩ ମସିହା ଅକ୍ଟୋବରରେ     ଫିରୋଜା ତାଙ୍କ ଠାରୁ  ୬ ଲକ୍ଷ ନେଇଥିଲେ ଏଥିସହିତ ବହୂମୂଲ୍ୟବାନ ଜିନିଷ ମଧ୍ୟ ଫିରୋଜ ନେଇଥିଲା। ତେବେ ଜାଣିନଥିଲେ ଯେ ଫିରୋଜ ତାଙ୍କୁ ଧୋକା ଦେଉଛି ବୋଲି।  ପୋଲିସ୍‌ ଫିରୋଜ ଠାରୁ ଲାପଟପ୍‌, ମୋବାଇଲ୍‌, ଡେବିଟ୍‌ କାର୍ଡ , ଚେକ୍‌ ବୁକ୍‌ ଏବଂ ଗହଣା ଜବତ କରିଛି ପୋଲି।  ତେବେ ଜବତ ହୋଇଥିବରା ଜିନିଷ ସବୁ ଧୋକାରେ ହାସିଲ କରିଥିବା ପୋଲିସ କହିଛି।  କଥାରେ କହୁନ୍ତି ଚୋର ଘରେ ସବୁବେଳେ ଅନ୍ଧାର ନଥାଏ.. ଯାହା ପ୍ରତିଫଳିତ ହୋଇଛି ଅଭିଯୁକ୍ତ ଫିରୋଜ ଘଟଣାରେ। 
ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Man robs over 20 women under pretext of marriage in Maharashtra, arrested | Argus News