ଲିଫ୍ଟରେ ୨ ଦିନ ଫସିଲେ ବ୍ୟକ୍ତି

ଅର୍ଗସ ବ୍ୟୁରୋ: ହସ୍ପିଟାଲ ଲିଫ୍ଟରେ ଫସିଲେ ବ୍ୟକ୍ତି। ଦୁଇଦିନ ପରେ ହସ୍ପିଟାଲ ଖୋଲିବା ପରେ ଲିଫ୍ଟରୁ ଉଦ୍ଧାର କଲା ପୋଲିସ। କେରଳର ତିରୁବନନ୍ତପୁରମରର ଏକ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ କେରଳର ଉଲୁର ବାସିନ୍ଦା ହେଉଛନ୍ତି ରବିନ୍ଦ୍ରନ ନାୟାର। ବୟସ ୫୯ ବର୍ଷ। କେରଳ ବିଧାନସଭାର ହେଉଛନ୍ତି ସେ ଜଣେ କର୍ମଚାରୀ। ଶନିବାର ନିଜ ପତ୍ନୀଙ୍କ ସହିତ ସେ ଡାକ୍ତରଖାନା ଯାଇଥିଲେ। ଆଉ ଡାକ୍ତରଖାନରୁ ଫେରୁଥିବା ସମୟରେ ସେ ଲିଫ୍ଟରେ ଫସିଯାଇଥିଲେ। ତାଙ୍କ କହିବା ଅନୁଯାୟୀ ସେ ପ୍ରଥମ ମହଲାକୁ ଯିବା ପାଇଁ ଲିଫ୍ଟରେ ପ୍ରବେଶ କରିଥିଲେ କିନ୍ତୁ ଲିଫ୍ଟଟି ଦୁଇଟି ମହଲା ମଧ୍ୟରେ ଅଟକି ରହିଯାଇଥିଲା ଆଉ ଖୋଲି ନଥିଲା, ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ କିନ୍ତୁ କେହି ଆସି ନଥିଲେ ଆଉ ରବିନ୍ଦ୍ରନଙ୍କ ଫୋନ୍ ପଡି ଭାଙ୍ଗିଯାଇଥିଲା। ଲିଫ୍ଟ ଭିତରେ ଥିବା ଆଲାର୍ମ ଏବଂ ଫୋନର ସେ ବ୍ୟବହାର କରିଥିଲେ କିନ୍ତୁ କିଛି ଉତ୍ତର ମିଳିନଥିଲା।
ସେ ଜାଣିପାରିଲେ ଯେ ସେଦିନ ଦ୍ୱିତୀୟ ଶନିବାର ଏବଂ ତା ପରଦିନ ରବିବାର ହୋଇଥିବାରୁ ହସ୍ପିଟାଲ ବନ୍ଦ ରହିଛି। ସେଥିପାଇଁ ସେ ଦୁଇଦିନ ଲିଫ୍ଟରେ ଫସିରହିଲେ। ଆଉ ସୋମବାର ଦିନ ସକାଳେ ଯେତେବେଳେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ହସ୍ପିଟାଲ ଷ୍ଟାଫ ଲିଫ୍ଟ ଖୋଲିଥିଲେ ସେତେବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେପଟେ ତାଙ୍କ ପରିବାର ଲୋକେ ରବିନ୍ଦ୍ରନ ଅଫିସରେ ଏକ୍ସଟ୍ରା କାମ କରୁଛନ୍ତି ବୋଲି ଭାବି ଶେଷରେ ରବିବାର ରାତିରେ ପୋଲିସ ପାଖରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ତେବେ ବର୍ତ୍ତମାନ ରବିନ୍ଦ୍ରନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ମେଡିକାଲ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର