Court Room Drama / ସୁପ୍ରିମ୍କୋର୍ଟ ଘଟଣା ଅହମ୍ମଦାବାଦରେ ରିପିଟ୍ !

Key Points
ଏହି ଘଟଣା ପରେ, ଗୁଜରାଟ ନ୍ୟାୟିକ ସେବା ସଂଘ ଏକ ପ୍ରସ୍ତାବ ପାରିତ କରିଛି।
ଏଥିରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଏବଂ ଅହମ୍ମଦାବାଦର ସିଟି ସିଭିଲ୍ କୋର୍ଟରେ ହମ୍ଲା, ଧମକ ଏବଂ ଭଙ୍ଗାରୁଜା ଘଟଣାକୁ ଦୃଢ଼ ନିନ୍ଦା କରାଯାଉଛି।
ପ୍ରଥମେ ସୁପ୍ରିମକୋର୍ଟରେ.. ଆଉ ଏବେ ଅହମ୍ମଦାବାଦରେ, ବିଚାରପତିଙ୍କ ଉପରେ ପଡ଼ିଲା ଚପଲ । କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ବି.ଆର. ଗାଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଏହି ଘଟଣା ସାରା ଦେଶରେ ଏକ ନୂଆ ବିତର୍କ ସୃଷ୍ଟି କରିଥିଲା। ସେହି କଥାକୁ ଲୋକେ ଭୁଲିନଥିବା ବେଳେ ଏବେ ସେଇ ସମାନ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ ।
ମଙ୍ଗଳବାର ଅହମ୍ମଦାବାଦ ସେସନ୍ସ କୋର୍ଟରେ ଶୁଣାଣୀ ଚାଲିଥିବା ବେଳେ, ଜଣେ ବ୍ୟକ୍ତି ଅଚାନକ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ସୁରକ୍ଷା କର୍ମୀମାନେ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। କିନ୍ତୁ ଜିଲ୍ଲା ଜଜ୍ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ । ଏମିତିକି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ମନା କରିଦେଇଥିଲେ।
କୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ବ୍ୟକ୍ତି
ରିପୋର୍ଟ ଅନୁସାରେ, ଚପଲ ଫିଙ୍ଗିଥିବା ବ୍ୟକ୍ତି ଏକ ମାମଲା ଦାୟର କରିଥିଲେ। ସେ ଯେଉଁମାନଙ୍କ ନାଁରେ ଅଭିଯୋଗ କରିଥିଲେ, କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା । କୋର୍ଟଙ୍କ ଏଭଳି ରାୟ ପାଇଁ ବ୍ୟକ୍ତି ଜଣକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ରାଗି ଯାଇ ଜଜ୍ଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । କରଞ୍ଜ ପୋଲିସ ଥାନା ଇନ୍ସପେକ୍ଟର ପି.ଏଚ. ଭାଟି ଏନେଇ ସୂଚନା ଦେଇଛନ୍ତି ।
ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ତେଣୁ କ୍ରୋଧିତ ହୋଇ ବିଚାରପତିଙ୍କ ଉପରକୁ ସେ ଜୋତା ଫିଙ୍ଗିଥିଲେ। ଏହାପରେ କୋର୍ଟରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ କାବୁ କରିଥିଲେ । କିନ୍ତୁ ବିଚାରପତି ତାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ । ଏମିତିକି ବ୍ୟକ୍ତିଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଦେଶ ଦେଇଥିଲେ ।
ଯେତେବେଳେ ବ୍ୟକ୍ତିଙ୍କ ଆବେଦନ ଖାରଜ ହୋଇଥିଲା, ସେ ରାଗି ଯାଇ କୋର୍ଟ ରୁମ୍ ଭିତରେ ଚିତ୍କାର କରିବା ଆରମ୍ଭ କରିଥିଲେ । ତାପରେ ଜଜ୍ଙ୍କୁ ଦୁର୍ବ୍ୟବହାର କରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ବ୍ୟକ୍ତି ଜଣକ ଜଜ୍ଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । କିନ୍ତୁ ଜଜ୍ ଅଳ୍ପକେ ବର୍ତ୍ତିଗଲେ ।
ଏହି ଘଟଣା ପରେ, ଗୁଜରାଟ ନ୍ୟାୟିକ ସେବା ସଂଘ ଏକ ପ୍ରସ୍ତାବ ପାରିତ କରିଛି। ଏଥିରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଏବଂ ଅହମ୍ମଦାବାଦର ସିଟି ସିଭିଲ୍ କୋର୍ଟରେ ହମ୍ଲା, ଧମକ ଏବଂ ଭଙ୍ଗାରୁଜା ଘଟଣାକୁ ଦୃଢ଼ ନିନ୍ଦା କରାଯାଉଛି।
ଏଥିରେ ଆହୁରି କୁହାଯାଇଛି ଯେ ଏପରି କାର୍ଯ୍ୟ ନ୍ୟାୟପାଳିକାର ସ୍ୱାଧୀନତା, ମର୍ଯ୍ୟାଦା, ସୁରକ୍ଷା ଏବଂ କାର୍ଯ୍ୟକାରିତା ଉପରେ ସିଧାସଳଖ ଆକ୍ରମଣ । ଅଦାଲତଙ୍କୁ ଭୟ, ଧମକ ଓ ହିଂସାରୁ ମୁକ୍ତ ଭାବେ କାର୍ଯ୍ୟ କରିବା ଉଚିତ। ନ୍ୟାୟପାଳିକା ଅଧିକାରୀ, କୋର୍ଟ ପରିସର କିମ୍ବା ସେମାନଙ୍କର ଭିତ୍ତିଭୂମିକୁ ଯଦି କୌଣସି ଶକ୍ତି ଭୟଭୀତ କରିବାକୁ ଚେଷ୍ଟା କରେ କିମ୍ବା ଆକ୍ରମଣ କରେ । ତେବେ ଏହା ଗଣତନ୍ତ୍ର ପାଇଁ ଖୁବ୍ ବିପଦ ଏବଂ ନ୍ୟାୟର ମୂଳଦୁଆକୁ ଦୁର୍ବଳ କରେ ।
📱 Get Argus News App
✨Related Topics
Explore more stories