Social Media Viral News / ଦୁଇ ପିଲା ଥାଇ ପୁରୁଷରୁ ହୋଇଗଲେ ମହିଳା ; ସ୍ତ୍ରୀ ଜାଣିବା ପରେ କହିଲେ, ମୋ ଇଚ୍ଛା ପୂରଣ କର, ଅଧିକାର ଦିଅ...
·8 months ago·2 min read

Key Points
ଏଭଳି ଏକ ଘଟଣା ଶୁଣିବାକୁ ମିଳୁଛି ଯାହାକୁ ଶୁଣିଲେ ଆପଣ ବିଶ୍ବାସ ମଧ୍ୟ କରିପାରିବେନି କିନ୍ତୁ କଥାଟା ସତ। ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ପିଲାଙ୍କ ବାପା ଲୁଚିକି ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି।
ଏଭଳି ଏକ ଘଟଣା ଶୁଣିବାକୁ ମିଳୁଛି ଯାହାକୁ ଶୁଣିଲେ ଆପଣ ବିଶ୍ବାସ ମଧ୍ୟ କରିପାରିବେନି କିନ୍ତୁ କଥାଟା ସତ। ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ପିଲାଙ୍କ ବାପା ଲୁଚିକି ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି। ସାତ ବର୍ଷର ବିବାହ ପରେ ସ୍ତ୍ରୀ ଏହି ବିଷୟରେ ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି। ବିନା ଦ୍ୱିଧାରେ ସେ ନ୍ୟାୟ ପାଇଁ କୋର୍ଟର ସାହାର ନେଇଛନ୍ତି । ସେ ଏହାକୁ ବିଶ୍ୱାସଘାତକତା ବୋଲି କହି ତାଙ୍କ ସ୍ୱାମୀଙ୍କଠାରୁ କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ଆବେଦନ କରିଛନ୍ତି। ମାମଲାଟି ବାଂସଗାଓଁ ଅଞ୍ଚଳର।
ପୀଡିତାଙ୍କ ଅନୁଯାୟୀ, ସେମାନଙ୍କର ବିବାହକୁ ପୂରିଛି ସାତ ବର୍ଷ। ସେମାନଙ୍କର ଦୁଇଟି ଝିଅ ଅଛି। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଉଚ୍ଚ ପଦବୀରେ ଥିବା ତାଙ୍କ ସ୍ୱାମୀ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ପରିବାରକୁ ଜଣାଇ ନାହାନ୍ତି। ଏହି ଆଶ୍ଚର୍ଯ୍ୟଜନକ ସତ୍ୟ ସେତେବେଳେ ସାମ୍ନାକୁ ଆସିଲା , ଯେତେବେଳେ ପତ୍ନୀଙ୍କ ହାତରେ ଡାକ୍ତରୀ କାଗଜପତ୍ର ଲାଗିଲା।
ଏହାସହ ପଢ଼ନ୍ତୁ: ରାଜ୍ୟର ୨୦ ଲକ୍ଷ ଲୋକଙ୍କୁ ମିଳିବନି ପେନସନ୍!
କୋର୍ଟରେ କରିଥିବା ଆବେଦନରେ, ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ କହିବା ଅନୁଯାୟୀ ବିବାହ ପରଠାରୁ ତାଙ୍କ ସ୍ୱାମୀଙ୍କ ଆଚରଣ ସ୍ୱାଭାବିକ ନଥିଲା। ସେ ତାଙ୍କୁ ବାରମ୍ବାର ମାଡ଼ପିଟ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବନ୍ଧୁମାନଙ୍କ ସହିତ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଥିଲେ। ସେ ନ ମାନିବାରୁ ତାଙ୍କୁ ଘରୁ ବାହାର କରିଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ଘଟଣା ପରେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ।ସତ ସାମ୍ନାକୁ ଆସିବା ପରେ, ପତ୍ନୀ କୋର୍ଟରେ ଭରଣପୋଷଣ ଏବଂ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଅନ୍ୟପଟେ ସ୍ୱାମୀ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି। ସ୍ୱାମୀଙ୍କ ପକ୍ଷରୁ ଏକ ଆବେଦନ ମଧ୍ୟ ଦାୟର କରାଯାଇଛି। ବର୍ତ୍ତମାନ, କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣି ରାୟ ଦେବେ।
ପିଡିତା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଏଭଳି ପଦକ୍ଷେପ, କେବଳ ତାଙ୍କ ବିବାହକୁ ନଷ୍ଟ କରିନି ବରଂ ତାଙ୍କ ଦୁଇ ନିର୍ଦ୍ଦୋଷ ଝିଅଙ୍କ ଭବିଷ୍ୟତକୁ ମଧ୍ୟ ନଷ୍ଟ କରିଛି। ସେ ଏବେ ତାଙ୍କର ଏବଂ ତାଙ୍କ ପିଲାମାନଙ୍କର ଅଧିକାର ସୁରକ୍ଷିତ କରିବା ପାଇଁ ଆଇନଗତ ଲଢ଼େଇ କରୁଛନ୍ତି।

Related Topics
Explore more stories