Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୃଷକ କହିଲେ: କାହାକୁ ଦେବିନି,  ମୋ ଆମ୍ବ ଖାଇବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·1 min read
କୃଷକ କହିଲେ: କାହାକୁ ଦେବିନି,  ମୋ ଆମ୍ବ ଖାଇବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୟୁପିର ସହାରନପୁରର ବଳିୟାଖେଡିର କୃଷକ  ସନ୍ଦିପ ଚୌଧୁରୀଙ୍କ ଦୁଇଟି ଗଛରେ ଫଳିଥିବା ଆମ୍ବକୁ ନେଇ ଭାରି ଚର୍ଚ୍ଚା । ଏହି ମିୟାଜାକି  ଆମ୍ବର ମୂଲ୍ୟ  କିଲୋ ପ୍ରତି ୨ରୁ ୩ ଲକ୍ଷ। ଏହି ଆମ୍ବ ଜାପନର ମିୟାଜାକି ୟୁନିଭରସିଟିରୁ ବିକଶିତ ହୋଇଛି। କୃଷକ ସନ୍ଦିପ ଚୌଧୁରୀ  ନିଜ ବାରିରେ ଏହି ପ୍ରଜାତିର ଦୁଇଟି  ଗଛ ଲଗାଇଛନ୍ତି, ଯେଉଁଥିରେ  ଗଛରେ କେବଳ  ୩ଟି  ଆମ୍ବ ଫଳିଛି।  ଏହି ଆମ୍ବକୁ ସେ  ବିକ୍ରୀ କରିବେ ନାହିଁ  ବୋଲି କହିଛନ୍ତି।  କାରଣ ସେ ଏହି ଆମ୍ବକୁ  ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଖାଇବାକୁ ଦେବେ।  କୃଷକ ସନ୍ଦିପ ଚୌଧୁରୀ  ଏନେଇ କୁହନ୍ତି,  ୯ ମାସ ପୂର୍ବରୁ  ଏହି ଆମ୍ବର ଦୁଇଟି ଚାରା  କୋଲକତାରୁ ମଗାଇଥିଲି।  ଗୋାଟିଏ  ଗଛ ପାଇଁ ୭୫,୦୦୦ ଟଙ୍କା ଦେବାକୁ ପଡିଥିଲା।  ଦୁଇଟି ଗଛକୁ ସେ ତାଙ୍କ ଅର୍ଗାନିକ ବଗିଚାରେ ଳଗାଇଛନ୍ତି।  ଗଛର ଉଚ୍ଚତା କେବଳ ଅଢେଇ ଫଟରୁ ନିତି ଫୁଟ ମଧ୍ୟରେ ।  ଗୋଟିଏ ଆମ୍ବର  ଓଜନ ୩୦୦ରୁ ୩୫୦ ଗ୍ରାମ ପର୍ଯ୍ୟନ୍ତ।  ଅଗଷ୍ଟରେ ଏହି ଆମ୍ବ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ।

ସନ୍ଦିପ କୁହନ୍ତି  ଆମ୍ବ କିଣିବା ପାଇଁ ତାଙ୍କ ନିକଟକୁ ବହୁ ଫୋନ ଆସୁଛି।  କିନ୍ତୁ ସନ୍ଦିପ ଏହି ଆମ୍ବକୁ ବିକିବାକୁ ଚାହୁଁ ନାହାଁନ୍ତି।  ଏହି ଗଛା ପ୍ରଥମ ଫଳ ସେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୁଆଇବାକୁ ଚାହୁଁଛନ୍ତି। ଆମ୍ବର ସୁରକ୍ଷା ପାଇଁ ସେ ସିସିଟିଭି ଲାଗାଇଛନ୍ତି    ।  ଯଦି କେହି ବଗିଚାକୁ  ପସି ଆସନ୍ତି ତେବେ ଶଦ୍ଧ କରିଥାଏ। ଏହାର ଆଲର୍ଟ ସନ୍ଦିପଙ୍କ ମୋବାଇଲକୁ ଚାଲିଯାଇଥାଏ। ଏହି କ୍ୟାମେରା ୩୬୦ ଡିଗ୍ରୀରେ ବୁଲିଥାଏ । ଏହା ସୋଲାର ଏନର୍ଜିରେ ଚାଲିଥାଏ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mango worth rs 3 50 lakh per kg in saharanpur up is guarded by cctv | Argus News