Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିର ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜିର ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ 

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଣି ଫେରିଲା ଫଟାପଟ କ୍ରିକେଟ । ବ୍ଲୁ ସିଟିରେ ଲିଜେଣ୍ଡ ଲିଗର କ୍ରେଜ। ଯୋଧପୁରର ବର୍କତୁଲା ଖାନରେ ଆଜିଠୁ ଆରମ୍ଭ ହେବ ଲିଜେଣ୍ଡସ ଲିଗ। ଉଦଘାଟନୀ ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ। ଉଭୟ ଦଳ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଚଳିତ ବର୍ଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳ ବେଶ ଆଶାବାଦୀ। କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳରେ ପଠାନ ବ୍ରଦର୍ସ ଇରଫାନ, ଯୁସୁଫଙ୍କ ସହ ବିନୟ କୁମାର, ରସ ଟେଲର, ଜେସି ରାଇଡ଼ର ଆଦି ଖେଳାଳି ରହିଥିବା ବେଳେ ମାଣିପାଲ ଟାଇଗର୍ସ ଦଳରେ ରବିନ ଉଥାପା, ହରଭଜନ ସିଂ, ପ୍ରଜ୍ଞାନ ଓଝା, ଡାନିଏଲ କ୍ରିଷ୍ଟିଆନ ପ୍ରମୁଖ ରହିଛନ୍ତି।

ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ଖେଳୁଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛନ୍ତି ଉଭୟ ଟିମ। ଚଳିତ ବର୍ଷ ନୂଆ କରି ଏହି ଲିଗରେ ସାମିଲ ହୋଇଥିବା ଫ୍ରାଞ୍ଚାଇଜ କୋଣାର୍କ ସୂର୍ଯ୍ୟାସ ଓଡିଶା ଭଲ ପ୍ରଦର୍ଶନ କରିବାକୁ ବେଶ ଆଶାବାଦୀ । ଦଳ ବେଶ ସନ୍ତୁଳିତ ରହିବା ସହ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି ଦଳର ଅଧିନାୟକ ଇରଫାନ ପଠାନ। ସେହିପରି ଦଳରେ ଅନ୍ୟତମ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ ମଧ୍ୟ ଦଳକୁ ନେଇ ବେଶ ଆଶାବାଦୀ ଅଛନ୍ତି। 

ଅଧିକ ପଢନ୍ତୁ କ୍ରୀଡା  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manipal Tigers to face Konark Suryas Odisha in new season of Legends League Cricket | Argus News