Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଣିପୁରରେ ୭,୩୦୦ କୋଟିର ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ମଣିପୁରରେ ୭,୩୦୦ କୋଟିର ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Key Points

ପୂର୍ବୋଦୟ ଉପରେ PM ମୋଦିଙ୍କ ଫୋକସ
ମଣିପୁର, ମିଜୋରାମ ଓ ଆସାମକୁ ବଡ଼ ଉପହାର
ମିଜୋରାମକୁ ରେଳ ଚଳାଚଳର କଲେ ଶୁଭାରମ୍ଭ

ଦୁଃଖ ଶୁଣିଲେ ପ୍ରଧାନମନ୍ତ୍ରୀ । ମଣିପୁରର ଚୁରାଚାନ୍ଦପୁରରେ ବିସ୍ତାପିତଙ୍କ ସହ କଥା ହେଲେ ମୋଦି । ପୂର୍ବାଞ୍ଚଳବାସୀଙ୍କୁ ଶାନ୍ତି ବାର୍ତ୍ତା ଦେବା ସହ ନୂଆ ବିକାଶ ଯୋଜନା ଭେଟି ଦେଇଛନ୍ତି ମୋଦି । ରିଲିଫ ଶିବିରରେ ପହଞ୍ଚି ବୟସ୍କ ଓ ପିଲାଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ । ମିଜୋରାମରୁ ମଣିପୁରରେ ପହଞ୍ଚିବା ପରେ ପ୍ରବଳ ବର୍ଷା ଯୋଗୁ ଇମ୍ଫାଲ ବିମାନବନ୍ଦର ସଡ଼କପଥରେ ୬୫ କିଲୋମିଟର ଯାତ୍ରା କରି ଚୁରାଚାନ୍ଦପୁରର ଶାନ୍ତି ଭୂମିରେ ପହଞ୍ଚିଥିଲେ ମୋଦି । ୭ ହଜାର ୩ ଶହ କୋଟି ମୂଲ୍ୟର ୧୪ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ । ମଣିପୁରକୁ ସାହସ ଓ ଦୃଢ଼ତାର ଭୂମି କହିବା ସହ ଶାନ୍ତି ରାସ୍ତାରେ ଆଗକୁ ବଢି ଭବିଷ୍ୟତ ଗଢିବା ପାଇଁ ରାଜ୍ୟବାସୀଙ୍କୁ ଦେଇଛନ୍ତି ଆହ୍ବାନ ।

ମଣିପୁର ପୂର୍ବରୁ ମିଜୋରାମବାସୀଙ୍କୁ ମଧ୍ୟ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜଧାନୀ ଆଇଜଲରେ ୩ଟି ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭୈରବୀ-ସୈରଙ୍ଗ ରେଳ ଲାଇନର ଉଦଘାଟିତ ହେବା ପରେ ମିଜୋରାମ ଭାରତୀୟ ରେଳ ନେଟୱର୍କ ସହିତ ସଂଯୁକ୍ତ ହୋଇଛି । ୪୫ଟି ସୁଡ଼ଙ୍ଗ ଓ ୫୫ଟି ବଡ଼ ସେତୁ ରହିଥିବା ଏହି ଚାଲେଞ୍ଜପୂର୍ଣ୍ଣ ୫୧ କିଲୋମିଟର ଦୀର୍ଘ ରେଳପଥ ମିଜୋରାମ ବିକାଶର ବାର୍ତ୍ତାବହ ହେବ ବୋଲି କହିଛନ୍ତି ମୋଦି । ନୂଆ ରେଳ ଲାଇନ ମିଜୋରାମକୁ ଗୌହାଟି, କୋଲକାତା, ଦିଲ୍ଲୀ ଓ ଦେଶର ଅନ୍ୟ ସହର ସହିତ ସଂଯୋଗ କରିବା ସହ ମିଜୋରାମବାସୀଙ୍କ ଜୀବନ ଓ ଜୀବିକାର ବିରାଟ ପରିବର୍ତ୍ତନରେ ସହାୟକ ହେବ । ଏଥିସହ ମିଜୋରାମରେ ୯ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି।

୫ ରାଜ୍ୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ମିଜୋରାମ, ମଣିପୁର ଓ ଆସାମ ଗସ୍ତ କରି ଉତ୍ତର-ପୂର୍ବାଞ୍ଚଳକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପଶ୍ଚିମବଙ୍ଗ ଓ ବିହାରରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ୩ ଦିନିଆ ଗସ୍ତରେ ୫ ରାଜ୍ୟ ପାଇଁ ମୋଟ ୭୧ ହଜାର ୮୫୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Lays Foundation of ₹7,300 Crore Development Projects in Manipur | Argus News | Argus News