ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା

ମଣିପୁର ରାଜନୀତିରେ ହଲଚଲ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ । ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନଙ୍କ ନିଷ୍ପତ୍ତି। ମଣିପୁରରେ ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା । ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ଏନ ବିରେନ ସିଂ ବିଜେପି ସାଂସଦ ସମ୍ବିତ ପାତ୍ର ଓ ମନ୍ତ୍ରୀ ବିଧାୟକଙ୍କୁ ଭେଟିଥିଲେ ।
📱 Get Argus News App
✨ଏହାପରେ ସେ ରାଜଭବନ ଗସ୍ତ କରିଥିଲେ । ଏନ ବିରେନ ସିଂ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, "ବର୍ତ୍ତମାନ ଯାଏଁ ମଣିପୁରବାସୀଙ୍କ ସେବା କରିବାର ସୁଯୋଗ ମିଳିଥିଲା । ମୁଁ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଠିକ୍ ସମୟରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେଇଛନ୍ତି । ବହୁ ବିକାଶମୂଳକ କାମ କରିଛନ୍ତି ।
ମଣିପୁରବାସୀଙ୍କ ହିତ ପାଇଁ ବହୁ ଜନହିତକର ଯୋଜନା କରିଛନ୍ତି । ମୋର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଯେ, ଏହିଭଳି ଜନହିତକର କାର୍ଯ୍ୟ ଜାରି ରଖନ୍ତୁ । ରାଜ୍ୟପାଳ ଏନ ବିରେନ ସିଂଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ଯାଏଁ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ବର୍ତ୍ତମାନ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ଏନ ବିରେନ ସିଂ ।