Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ, ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ, ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି

Key Points

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂହ । ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ୍.ବୀରେନ ସିଂହ ।

ଅର୍ଗସ ବ୍ୟୁରୋ: ମଣିପୁରରେ ରାଜନୈତିକ ହଲଚଲ୍ । ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂହ । ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ୍.ବୀରେନ ସିଂହ । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ବେଳେ ବୀରେନ ସିଂହଙ୍କ ସହ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ବିଜେପି ସାଂସଦ ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।


ଇସ୍ତଫା ଦେବା ପୂର୍ବରୁ ବୀରେନ ସିଂହ ଦିଲ୍ଲୀରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ବୀରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୃହ ମନ୍ତ୍ରଣାଳୟ ସୁରକ୍ଷା ଏଜନ୍ସି ଗୁଡ଼ିକୁ ହାଇଆଲର୍ଟରେ ରହିବାକୁ କହିଛି । ସୋମବାର ସରକାର ବିରୋଧରେ ଆସିବାକୁ ଥିବା ଅନାସ୍ଥା ପୂର୍ବରୁ ବୀରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ଦିନରୁ ମଣିପୁରର ବିଜେପି ବିଧାୟକ ଓ ବୀରେନ ସିଂହଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲା । ଗତବର୍ଷ ଅକ୍ଟୋବରରେ ବିଜେପିର ୧୯ ବିଧାୟକ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟିଛି ଲେଖିଥିଲେ ବିଜେପି ବିଧାୟକ । ଆଉ ଉକ୍ତ ଚିଠିରେ ବିଧାନସଭା ବାଚସ୍ପତିଙ୍କ ସହ କେତେ ଜଣ ମନ୍ତ୍ରୀ ହସ୍ତାକ୍ଷର କରିଥିଲେ ।


ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବିଧାୟକ କହିଥିଲେ, ମଣିପୁରର ଲୋକ ବିଜେପି ସରକାରକୁ ପଚାରୁଛନ୍ତି ଯେ, ରାଜ୍ୟକୁ ଏବେ ଯାଏଁ ଶାନ୍ତି କାହିଁକି ଫେରି ନାହିଁ । ଯଦି ଶାନ୍ତି ନ ଫେରେ ତ ବିଧାୟକମାନେ ଇସ୍ତଫା ଦେବା ପାଇଁ ଲୋକ ଦାବି କରୁଛନ୍ତି । ତେବେ ବିଜେପି ବିଧାୟକଙ୍କ ଚିଠି ପୂର୍ବରୁ ବୀରେନ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ ।

Sponsored
Manipur CM Biren Singh resigns amid violence in state | Argus News