ପହଲଗାମ ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରିକଙ୍କୁ ଦୁଃଖ ଦେଇଛି: ମୋଦି

ମନ୍ କୀ ବାତରେ ପହଲଗାମ ଆକ୍ରମଣ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ । କହିଲେ ପହଲଗାମ ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରିକଙ୍କୁ ଦୁଃଖ ଦେଇଛି । ପୀଡ଼ିତ ପରିବାରଙ୍କ ପ୍ରତି ସବୁ ଭାରତୀୟଙ୍କ ମନରେ ଗଭୀର ସମବେଦନା। ସବୁ ଭାରତୀୟ ପୀଡ଼ିତଙ୍କ ପରିବାରର ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି । ସବୁ ଭାରତୀୟଙ୍କ ରକ୍ତ ଆତଙ୍କୀ ଆକ୍ରମଣର ଚିତ୍ର ଦେଖି ତାତି ଉଠୁଛି । ପହଲଗାମ ଆକ୍ରମଣ ଆତଙ୍କୀ ଆକ୍କାଙ୍କ ହତାଶା, କାପୁରୁଷତାର ପ୍ରମାଣ । କାଶ୍ମୀରରେ ଶାନ୍ତି ଫେରିବା ଦେଶର ଶତ୍ରୁ ସହି ପାରିଲେନି। କାଶ୍ମୀର ପୁଣି ଥରେ ନଷ୍ଟ ହେବା ଚାହାନ୍ତି ଆତଙ୍କୀ ଓ ଆତଙ୍କୀ ଆକ୍କା । ଆତଙ୍କବାଦ ବିରୋଧୀ ଏହି ଯୁଦ୍ଧରେ ଦେଶର ଏକତା ଆମର ସବୁଠୁ ବଡ଼ ଶକ୍ତି ବୋଲି କହିଛନ୍ତି ମୋଦି । ଦେଶର ଏକତା ଆତଙ୍କବାଦ ବିରୋଧୀ ନିର୍ଣ୍ଣାୟକ ଲଢ଼େଇରେ ଆମର ଆଧାର ।
ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିଜ ସଂକଳ୍ପ ମଜବୁତ୍ କରିବାକୁ ହେବ । ଏକ ରାଷ୍ଟ୍ର ଭାବେ ଆମକୁ ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିବାକୁ ହେବ । ଆତଙ୍କୀ ଆକ୍ରମଣ ପରେ ଏକ ସ୍ବରରେ କହୁଛି ସାରା ଦେଶ । ଭାରତୀୟଙ୍କ ଭିତରେ ଥିବା ଆକ୍ରୋଶ ସାରା ବିଶ୍ବରେ ବି ଅଛି । ସାରା ବିଶ୍ବରୁ ସମବେଦନା ଆସୁଛି । ଫୋନ୍, ଚିଠି ମାଧ୍ୟମରେ ସମବେଦନା ବ୍ୟକ୍ତ କରିଛନ୍ତି ବିଶ୍ବସ୍ତରୀୟ ନେତା ।ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ସାରା ବିଶ୍ବ କଡ଼ା ନିନ୍ଦା କରିଛି । ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ପ୍ରକଟ କରିଛି ସାରା ବିଶ୍ବ । ଆତଙ୍କବାଦ ବିରୋଧୀ ଲଢ଼େଇରେ ସାରା ବିଶ୍ବ ଭାରତ ସହ ଅଛି ।