Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା, ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା,  ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର

ଅର୍ଗସ ବ୍ୟୁରୋ:  ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା । UPSC ଚେୟାରମ୍ୟାନ୍ ମନୋଜ ସୋନିଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫାପତ୍ର । ମାସେ ପୂର୍ବରୁ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଶ୍ରୀ ସୋନୀ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନୀ । ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ୨୦୨୯ ମସିହାରେ ଶ୍ରୀ ସୋନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ମାତ୍ର ତା’ ପୂର୍ବରୁ ସେ ପଦରୁ ରିଜାଇନ୍ କରିଛନ୍ତି । ତେବେ ଶ୍ରୀ ସୋନୀ କ’ଣ ପାଇଁ ପଦ ଛାଡ଼ିଲେ ତା’ର କାରଣ ଏବେ ଅସ୍ପଷ୍ଟ ରହିଛି । ୨୦୧୭ରେ ସେ ୟୁପିଏସସିର ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manoj Soni's resignation from the post of Chairman, resignation letter sent by the President | Argus News