Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪ବର୍ଷ ପରେ ଅଷ୍ଟ୍ରେଲିଆରୁ ଘରକୁ ଫେରୁଥିଲେ ମନପ୍ରୀତ: ହଠାତ ଚାଲିଗଲା ଜୀବନ

Ritu Das
Browse all articles by Ritu Das
·2 years ago·1 min read
୪ବର୍ଷ ପରେ ଅଷ୍ଟ୍ରେଲିଆରୁ ଘରକୁ ଫେରୁଥିଲେ ମନପ୍ରୀତ: ହଠାତ ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ: ୪ବର୍ଷ ପରେ ଅଷ୍ଟ୍ରେଲିଆରୁ ଘରକୁ ଫେରୁଥିଲେ ମନପ୍ରୀତ୍ କୌର୍(୨୪)। ବିମାନରେ ବସୁ ବସୁ ଚାଲିଗଲା ଜୀବନ। ପାଠ ପଢ଼ିବା ପାଇଁ ୪ବର୍ଷ ତଳେ ମନପ୍ରୀତ୍ ଅଷ୍ଟ୍ରେଲିଆ ଯାଇଥିଲେ। ସେବେଠାରୁ ସେ ପଞ୍ଜାବରେ ଥିବା ଘରକୁ ଆସିନଥିବାରୁ ଜୁନ୍ ୨୦ରେ ଘରକୁ ଆସିବାକୁ ଯୋଜନା କରିଥିଲେ। ହେଲେ ଶେଷ ଥର ପାଇଁ ବି ସେ ନିଜ ଘର ଲୋକଙ୍କୁ ଭେଟିପାରିନଥିବା ଜଣାପଡ଼ିଛି।

ମନପ୍ରୀତ୍ କୌରଙ୍କ ସହ ଯାତ୍ରା କରୁଥିବା ତାଙ୍କ ବନ୍ଧୁ ଗୁରୁଦୀପ ଗ୍ରେୱାଲ କହିଛନ୍ତି ଯେ, ଜୁନ ୨୦ରେ ଘରୁ ବିମାନବନ୍ଦରକୁ ବାହାରିବା ବେଳେ ମନପ୍ରୀତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତଥାପି ସେ ଯାତ୍ରାକୁ ବାତିଲ ନ କରି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ଆମେ ବିମାନରେ ଚଢ଼ିଥିଲୁ ସେତେବେଳେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। 

ସିଟରେ ବସିବା ପରେ ଭଲ ଲାଗିବ ଭାବି ମୁଁ ତାଙ୍କୁ ସିଟରେ ବସିବାକୁ କହିଥିଲି। ସିଟରେ ବସି ସେ ବେଲ୍ଟ ଲଗାଇବା ସମୟରେ ତଳେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ କ୍ରୁ ସଦସ୍ୟ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ସେ ଟ୍ୟୁବରକୁଲୋସିସ୍ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଅନେକ ସମସ୍ୟା ରହୁଥିଲା। ହେଲେ ଏଭଳି ହଠାତ୍ ତାଙ୍କର ଦେହାନ୍ତ ହେବ ବୋଲି ମୁଁ ଭାବିନଥିଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Manpreet was | Argus News