Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନୁ ଭାକରଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

National

ମନୁ ଭାକରଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମନୁ ଭାକରଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଅର୍ଗସ ବ୍ୟୁରୋ:  ଆଜି ଅଲିମ୍ପିକ୍ସ ବିଜେତା ମନୁ ଭାକରଙ୍କୁ ଦିଲ୍ଲୀରେ ସମ୍ମାନିତ କରାଯାଇଛି। ଅଲିମ୍ପିକ୍ସରେ ଡବଲ୍ ମେଡାଲ ଜିତି ଦେଶକୁ ଗୈାରବ ଆଣିବା ସହିତ ଦେଶବାସୀଙ୍କ ପାଇଁ ସେ ଗର୍ବ ପାଲଟିଛନ୍ତି ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଖେଳକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଙ୍କର ପ୍ରେରଣା ରହିଆସିଛି। ଆଜି ଦେଶରେ କ୍ରୀଡାକୁ ଅଧିକ ମହତ୍ବ ଦେବା ପାଇଁ ପଦକ୍ଷେପ ନିଆଜାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ଆଜି ମନୁ ଭାକର ଏବଂ ତାଙ୍କ ପିତା ମାତା ଦିଲ୍ଲୀରେ ଏକ ବିଶେଷ ସମାରୋହରେ ସମ୍ମାନିତ କରାଯାଇଛି ।

ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିବା ସୁଟର ମନୁ ଭାକର ବର୍ତ୍ତମାନ ହାଇଲାଇଟରେ ଅଛନ୍ତି। ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ଭାରତର ପ୍ରଥମ ଆଥଲେଟ୍ ହୋଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସର ସମାରୋହରେ ଅଭିଜ୍ଞ ହକି ଗୋଲକିପର ପି.ଆର ଶ୍ରୀଜେଶଙ୍କ ସହ ସେ ଭାରତ ପାଇଁ ପତାକା ଉତ୍ତୋଳନ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manu Bhaker was honored by Union Minister Sarbananda Sonowal | Argus News