Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଟଳିଲେ ୩ ମାଓବାଦୀ

National

ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଟଳିଲେ ୩ ମାଓବାଦୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍‌ରେ ସଫଳତା ମିଳିଛି । ଏନକାଉଣ୍ଟରରେ ଆଜି ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ସୁଧୀର ଓରଫ ସୁଧାକର ଓରଫ ମୁରଲୀ ଥିବା ଜଣାପଡ଼ିଛି । ସୁଧୀର ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।


ଏନକାଉଣ୍ଟର ସ୍ଥଳର ଇନସାସ୍ ରାଇଫଲ୍, ୩୦୩ ରାଇଫଲ୍, ୧୨ ବୋର ବନ୍ଧୁକ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଏନ୍‌କାଉଣ୍ଟର ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଲୀର ସୀମାରେ ଥିବା ଗିଦମ ଥାନା ଅଞ୍ଚଳର ଗିରସାପାରା, ନେଲଗୋଡ଼ା, ବୋଡଗା ଓ ଇକେଲି ଅଞ୍ଚଳରେ ଚାଲିଛି ।


ଉକ୍ତ ଅଞ୍ଚଳରେ ଏକାଧିକ ମାଓବାଦୀ ଥିବା ସୂଚନା ମିଳିବା ପରେ ଡିଆରଜି ଓ ବସ୍ତର ଫାଇଟର୍ସ ଟିମ୍ ନକ୍ସଲ ବିରୋଧୀ ଅପରେସନ୍‌ରେ ବାହାରି ଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ନକ୍ସଲ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ନକ୍ସଲ ନିହତ ହୋଇଛନ୍ତି । ଜଣଙ୍କ ପରିଚୟ ସୁଧୀର ବୋଲି ଜଣା ପଡ଼ିଛି । ସୁରକ୍ଷାକର୍ମୀ ୩ ନିହତ ନକ୍ସଲଙ୍କ ମୃତଦେହ ଜବତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ କହିଛନ୍ତି, ଲୋକଙ୍କ ସୁରକ୍ଷା ଲାଗି ଉକ୍ତ ଅଞ୍ଚଳରେ ଡିଆରଜି, ଏସଟିଏଫ୍, ବସ୍ତର ଫାଇଟର୍ସ, କୋବ୍ରା, ସିଆରପିଏଫ୍, ବିଏସ୍ଏଫ୍, ଆଇଟିବିପି ଓ ସିଏଏଫ୍‌ର ସଂଯୁକ୍ତ ଟିମ୍ ମୁତୟନ ଅଛନ୍ତି । ବିଗତ ୮୩ ଦିନରେ ୧୦୦ରୁ ଅଧିକ ହାର୍ଡକୋର ମାଓବାଦୀ ନିହତ ହୋଇଥିବା କହିଛନ୍ତି ବସ୍ତର ଆଇଜି ।
ସୂଚନା ଯୋଗ୍ୟ, ଗତ ସପ୍ତାହରେ ବିଜାପୁର ଓ ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀ ବଡ଼ ଅପରେସନ୍ କରିଥିବା ବେଳେ ପୃଥକ ଭାବେ ୨୨ ନକ୍ସଲ ନିହତ ହୋଇଛନ୍ତି । ଅପରେସନ୍ ସମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ବିପୁଳ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ମାଓ ସାମଗ୍ରୀ ମଧ୍ୟ ମିଳିଛି ।


ଦେଶକୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆହ୍ଵାନ ଦେଇଛନ୍ତି । ମାର୍ଚ୍ଚ ୨୦ରେ ବିଜାପୁର ଓ କାଙ୍କେରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ୩୦ ମାଓବାଦୀ ନିହତ ହୋଇଥିଲେ । ଚଳିତବର୍ଷ ଏବେ ସୁଦ୍ଧା ପୃଥକ ଗୁଳି ବିନିମୟରେ ୧୧୬ ନକ୍ସଲ ଛତିଶଗଡ଼ରେ ନିଗଚ ହୋଇଥିବା ସୂଚନା ମିଳିଛି ।

Sponsored
Mao Encounter In Bijapur, Three Naxalites Killed | Argus News