Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Maoist / ଭାଙ୍ଗୁଛି ମାଓଗଡ଼, ବିଜାପୁର ପୋଲିସକୁ ବଡ଼ ସଫଳତା

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଭାଙ୍ଗୁଛି ମାଓଗଡ଼, ବିଜାପୁର ପୋଲିସକୁ ବଡ଼ ସଫଳତା

Key Points

ବିଜାପୁର ପୋଲିସକୁ ବଡ଼ ସଫଳତା
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ
DRG, ବସ୍ତର ପୋଲିସ୍, STFର ମିଳିତ ଅପରେସନ
ବିଜାପୁର ପୋଲିସକୁ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ । DRG, ବସ୍ତର ପୋଲିସ୍, STF ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏନକାଉଣ୍ଟର ପରେ ସନ୍ଧାନ ସମୟରେ ୩ ଜଣ ମହିଳା ମାଓବାଦୀଙ୍କ ସମେତ ୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ ସୁରକ୍ଷା ବାହିନୀ । ଏନକାଉଣ୍ଟରସ୍ଥଳରୁ INSAS ରାଇଫଲ୍ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ । ଏବେବି ପୁରା ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ୍ । ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ସମୂଳେ ମାଓବାଦ ମୂଳପୋଛ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ବିକାଶ ପ୍ରକ୍ରିୟାରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଭୟ ଓ ଅତ୍ୟାଚାରରୁ ବାହାରି ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଦୀପାବଳିରେ ଆଇଏନଏସ୍ ବିକ୍ରାନ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ସନ୍ଦେଶ ଦେଇଥିଲେ । ସାରା ଦେଶରୁ ଖୁବଶୀଘ୍ର ମୂଳପୋଛ ହୋଇଯିବ ନକ୍ସଲ ଓ ମାଓ ଆତଙ୍କ । ୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲେ । ଏକ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଯୋଗୁଁ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ବର୍ତ୍ତମାନ ୧୨୫ ଜିଲ୍ଲା ମଧ୍ୟରୁ କେବଳ ୧୧ଟି ଜିଲ୍ଲାରେ ସେମାନଙ୍କ ସଂଖ୍ୟା ସୀମିତ । ସେଥରୁ ମାତ୍ର ୩ଟି ଜିଲ୍ଲାରେ ସେମାନଙ୍କର ଖିଛି ପ୍ରଭାବ ରହିଛି ।

ଏଥିସହ ପଢ଼ନ୍ତୁ: ଦୀପାବଳିରେ PM ମୋଦିଙ୍କ ବଡ଼ ସନ୍ଦେଶ, ସାରା ଦେଶରୁ ମୂଳପୋଛ ହୋଇଯିବେ ମାଓବାଦୀ

ଦେଶର ୧୦୦ଟି ଜିଲ୍ଲା ମାଓ ଆତଙ୍କରୁ ମୁକ୍ତ ହୋଇଛି । ଭୟ, ବର୍ବରତା, ଆତଙ୍କରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ମାଓବାଦୀ ଓ ନକ୍ସଲ ପ୍ରଭାବିତ ଅଂଚଳରେ ବିକାଶକୁ ରୋକିବାକୁ ସେମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ । କେତେବେଳେ ରାସ୍ତାବନ୍ଦ କରୁଥିଲେ ତ କେତେବେଳେ ସ୍କୁଲ ଖୋଲିବାକୁ ଖୋଲାଖୋଲି ମନା କରୁଥିଲେ । ରୋଗୀ ସେବା ପାଇଁ ହସ୍ପିଟାଲ ନିର୍ମାଣରେ ସେମାନେ ବାଧା ଉପୁଜାଉଥିଲେ । ଡାକ୍ତରମାନଙ୍କୁ ଧମକ ଦେବା ସହ ଅନେକ ସ୍ଥାନରେ ମୋବାଇଲ ଟାଓ୍ବାର ଉଡାଇ ଦେଉଥିଲେ । କିନ୍ତୁ ସେମାନେ ଏବେ ହିଂସା ଛାଡି ନୂଆ ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ତଥାପି କିଛି କିଛି ସ୍ଥାନରେ ମାଓ ଆତଙ୍କ ଦେଖିବାକୁ ମିଳୁଥିବାବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maoist | Maoist Hideout Busted in Bijapur | Major Success for Police | Argus News | Argus News